ସମାଜସେବୀ ତଥା ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀ ଙ୍କ ବିୟୋଗରେ ଶୋକ ।

utkalnews7
By
0


ଭାପୁର,୪।୧୧,(ଉତ୍କଳ ନ୍ୟୁଜ୍୭) : ନୟାଗଡ ଜିଲ୍ଲା ଭାପୁର ବ୍ଲକ ଫତେଗଡ଼ ଗ୍ରାମର ସମାଜସେବୀ ତଥା ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀ ନାରାୟଣ ପ୍ରଧାନଙ୍କ ବିୟୋଗରେ ଭାପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସ୍ବର୍ଗତ ନାରାୟଣ ପ୍ରଧାନ କିଛି ଦିନ ତଳେ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ସ୍ଥିତ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ମାତ୍ର ଶୁକ୍ରବାର ଦିନ ଉକ୍ତ ଘରୋଇ ହସ୍ପିଟାଲରେ ବିୟୋଗ ହୋଇଥିବା ପରିବାର ପକ୍ଷରୁ ପ୍ରକାଶ। ସ୍ବର୍ଗତ ପ୍ରଧାନ ଦୂର ସଂଚାର ବିଭାଗରେ ଯୁଗ୍ମ ନିର୍ଦ୍ଦେଶକ ଭାବେ କାର୍ଯ୍ୟ ସମାପନ କରି ଅବସର ଗ୍ରହଣ ପରେ ରୋଗୀ ମାନଙ୍କୁ ମାଗଣାରେ ହୋମିଓପାଥିକ ଚିକିତ୍ସାର ସେବା ପ୍ରଦାନ କରିଥିଲେ। ନିଜ ଚାକିରି ଜୀବନ ମଧ୍ୟରେ ସେ ବହୁ ଗରିବ ମେଧାବୀ ପିଲାଙ୍କୁ ନିଜ ପାଖରେ ରଖି ପାଠ ପଢ଼ାଉଥିଲେ ଏବଂ ଭଲ ମଣିଷ ଟିଏ ଗଢି ତୋଳିବାରେ ସାହାୟତାର ହାତ ବଢ଼ାଉଥିଲେ। କିଛି ଦିନ ତଳେ ଭାପୁର ସଦର ମହକୁମା ରେ ସବ ରେଜିଷ୍ଟ୍ରାର କାର୍ଯ୍ୟାଳୟ ଖୋଲିବାରେ ତାଙ୍କର ଭୂମିକା, ସହାୟତା ତଥା ଅବଦାନ ଅତୁଳନୀୟ । ସେ ଜଣେ ସମାଜସେବୀ, ପରୋପକାରୀ, ଧର୍ମପରାୟଣ  ବ୍ୟକ୍ତି, ଦକ୍ଷ ଅଧିକାରୀ ଭାବେ ସ୍ଥାନୀୟ ଅଞ୍ଚଳରେ ବେଶ ଜଣାଶୁଣା। ତାଙ୍କ ବିୟୋଗାରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ନିଜ ଗ୍ରାମ ଶ୍ମଶାନରେ ଶୋକାକୁଳ ପରିବେଶରେ ଅନ୍ତିମ ସତ୍କାର କରାଯାଇଥିବା ବେଳେ ତାଙ୍କର ବଡ ପୁଅ ମୁଖଗ୍ନୀ ଦେଇଥିଲେ। ମୃତ୍ୟୁ ସମୟରେ ତାଙ୍କ ନିକଟରେ ତାଙ୍କ ସ୍ତ୍ରୀ, ଦୁଇ ପୁଅ ଓ ବୋହୁ, ନାତି ନାତୁଣୀ ଥିଲେ।

Post a Comment

0 Comments

Please Select Embedded Mode To show the Comment System.*