ବୋଲଗଡ଼,୫।୧୧,(ଉତ୍କଳ ନ୍ୟୁଜ୍୭) : ଖୋର୍ଦ୍ଧା ଜିଲ୍ଲା ଖୋର୍ଦ୍ଧା -ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ କପାସିଆ ଛକ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଲା ନୟାଗଡ଼ ଉପ-ଜିଲ୍ଲାପାଳଙ୍କ କାର୍ ଅଳ୍ପକେ କର୍ତ୍ତିଲେ ଉପ-ଜିଲ୍ଲାପାଳ l ତେବେ ନୟାଗଡ଼ ଉପ-ଜିଲ୍ଲାପାଳ ଶକ୍ତିକାନ୍ତ ରାୟ ସାମାନ୍ୟ ଆହତ ହୋଇଛନ୍ତି l କାର ର ବେଗ ସାଧାରଣ ଥିବା ବେଳେ ହଠାତ ଭାରସାମ୍ୟ ହରାଇଥିଲା କାର୍ ଟି ଓଲଟି ପଡ଼ିଥିଲା l ଗାଡିଟି ରାସ୍ତାରେ ଓଲଟି ପଡିବା ସମୟରେ ସ୍ଥାନୀୟ ଲୋକେ ପହଞ୍ଚି ଉପ-ଜିଲ୍ଲାପାଳ ଶ୍ରୀ ରାୟ ଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିବା ସୂଚନା ମିଳିଛି।