ବିଲକୁ ପାଣି ଛାଡ଼ୁନାହାଁନ୍ତି ମାଛ ଚାଷୀ, ହାତରେ ଧାନକେଣ୍ଡା ଧରି ପ୍ରତିବାଦ କଲେ ଚାଷୀ : ଗୁହାରି ଶୁଣିଲେ ଜିଲ୍ଲାପାଳ।


ନୟାଗଡ଼,୬।୧୧,(ଉତ୍କଳ ନ୍ୟୁଜ୍୭) : ମାଛ ଚାଷୀଙ୍କ ପାଇଁ ଶୁଖିଲା ପଡ଼ିଛି ଚାଷ ଜମି, ଜମିକୁ ମିଳୁନି ପାଣି, ଶେଷରେ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିବା ସହ ୫୭ନଂ ଜାତୀୟ ରାଜପଥ ରାସ୍ତା ଅବରୋଧ କରିଲେ ନୟାଗଡ଼ ବ୍ଲକ୍ ମୁଥାଗାଡିଆ ଏବଂ ଭାଟସାହି ଗାଁର ଚାଷୀ । ଜମିକୁ ଜଳସେଚନ ଅଭାବ ଯୋଗୁ ମରୁଡି ପରିସ୍ଥିତି ଦେଖା ଦେଇଛି । ସ୍ଥାନୀୟ ଅଞ୍ଚଳରେ ରହିଥିବା ବନ୍ଧର ପାଣିକୁ କିଛି ବ୍ୟକ୍ତି ମାଛ ଚାଷ କରିବା ପାଇଁ ଅବରୋଧ କରିଥିବା ଅଭିଯୋଗ କରିଛନ୍ତି। ତେଣୁ ଚାଷ ଜମିକୁ ଆସୁନି ପାଣି ଶୁଖିଲା ପଡ଼ିଛି ଗହୀର। ତେଣୁ ଏହାର ସମାଧାନ ଦାବିରେ ୨ ଟି ଗ୍ରାମପଞ୍ଚାୟତର ଶତାଧିକ ଲୋକ ଆଜି ନୟାଗଡ଼ ଜିଲ୍ଲାପାଳଙ୍କ ଅଫିସ ଘେରିବା ସହ କିଛି ସମୟ ପାଇଁ ୫୭ ନଂ ଜାତୀୟ ରାଜପଥ ଅବରୋଧ କରିଥିଲେ । ଖବର ପାଇ ଜିଲ୍ଲାପାଳ ଘଟଣା ସ୍ଥଳରେ ପହଞ୍ଚି ଚାଷୀ ମାନଙ୍କୁ ବୁଝାଶୁଝା କରିବା ସହ ଉକ୍ତ ବନ୍ଧରୁ ଚାଷଜମିକୁ ପାଣି ଦିଆଯିବ ବୋଲି ପ୍ରତିସୃତି ଦେବା ପରେ ଘଟଣାର ସମାଧାନ ହୋଇଥିଲା ।

Previous Post Next Post