ଭାପୁର,୭।୧୧,(ଉତ୍କଳ ନ୍ୟୁଜ୍୭) : ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅନ୍ତର୍ଗତ କରବର ଗ୍ରାମର ଜଗନାଥ ପାଣି, ପି :ଲକ୍ଷ୍ମଣ ପାଣି ଙ୍କ ଘରେ ପଶି ଟଙ୍କା ଲୁଟ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ କୁ ଗିରଫ କରିଛି ଫତେଗଡ଼ ପୋଲିସ l ଅଭିଯୁକ୍ତ ଜଣକ ବୈଦେଶ୍ଵର ଥାନା ଅନ୍ତର୍ଗତ ଅଳସୁଆ ଗ୍ରାମ ସନସାହିର ବୁଦ୍ଧିଆ ଓରଫ ଦୀପକ କୁମାର ନାୟକ l ସୂଚନା ଅନୁଯାୟୀ ଜଗନାଥ ଙ୍କ ଭାଇ କୃପାସିନ୍ଧୁ ପାଣି ଏହି ଚୋରି ସମ୍ପର୍କ ରେ ସୁରାକ ପାଇ ଥିଲେ ଏବଂ ଏ ନେଇ ଫତେଗଡ଼ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୋଲିସ ରେଡ କରି ଅଭିଯୁକ୍ତ ଦୀପକ କୁମାର ନାୟକ କୁ ଗିରଫ କରିବା ସହ ଚୋରି ହୋଇଥିବା ୪୦୦୦ ଟଙ୍କା,୨ଟି ହାତ ଘଣ୍ଟା,୨ଟି ପର୍ସ, ଏବଂ ଆଇ କାର୍ଡକୁ ଜବତ କରିଛି l ଗିରଫ ଲେଟେରାକୁ ଫତେଗଡ଼ ଥାନା ପୋଲିସ କୋର୍ଟ ଚାଲାଣ କରିବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଥିବା ପୋଲିସ ସୂତ୍ରରୁ ପ୍ରକାଶ ।