ବୋଲଗଡ଼,୨୪।୧୨,(ଉତ୍କଳ ନ୍ୟୁଜ୍୭) : ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ ଆରିକମା ତୈଳିକ ବୈଶ୍ୟ ସମାଜ ଆନୁକୂଲ୍ୟରେ ରବିବାର ଦିନ ଏକାଦଶ ରାଜ୍ୟ ତୈଳିକ ବୈଶ୍ୟ ସମାଜର ପ୍ରସ୍ତୁତି ବୈଠକ ଆରିକମଲ ଗ୍ରାମରେ ଅନୁଷ୍ଠିତ ହୋଇଯାଇଅଛି । ଏହି ପ୍ରସ୍ତୁତି ବୈଠକରେ ଗୋଲଖ ବିହାରୀ ସାହୁ ସଭାପତିତ୍ୱ କରି ସ୍ୱାଗତ ଭାଷଣ ପ୍ରଦାନ କରି ଆଗାମୀ ନୂତନ ବର୍ଷ ୨୦୨୪ମସିହା ପାଇଁ ସମସ୍ତଙ୍କୁ ଅଭିନନ୍ଦନ ଶୁଭେଚ୍ଛା ଜଣାଇଥିଲେ । ଅନୁଷ୍ଠାନର ସମ୍ପାଦକ ବ୍ରଜବନ୍ଧୁ ସାହୁ ସମ୍ପାଦକୀୟ ବିବରଣୀ ପଠନ କରିଥିଲେ । ଏହି ପ୍ରତସ୍ତୁତି ବୈଠକରେ ୧୫୦ଜଣ ତୈଳିକ ସଦସ୍ୟ ମାନେ ଯୋଗଦେଇଥିଲେ । ଆସନ୍ତା ମାର୍ଚ୍ଚ ମାସରେ ଅନୁଷ୍ଠିତ ହେବାକୁ ଥିବା ତୈଳିକ ବୈଶ୍ୟ ସମାଜର ମହାସଭା ସମ୍ପର୍କରେ ଆଲୋଚନା ହୋଇଥିଲା । ସମସ୍ତ ସଦସ୍ୟମାନେ କୋଭିଡ ନିୟମ ପାଳନ କରି ଶାନ୍ତି ଶୃଙ୍ଖଳାର ସହିତ ଆଲୋଚନାରେ ଅଂଶ ଗ୍ରହଣ କରିବାକୁ ନିଷ୍ପତି ନିଆଗଲା । ତୈଳିକ ବୈଶ୍ୟ ସମାଜର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାବୃତ୍ତି ଓ ଗରିବ ତଥା ଅସହାୟ ପିଲାମାନଙ୍କୁ ବୃତ୍ତି ଟଙ୍କା ପ୍ରଦାନ କରାଯିବ ବୋଲି ସଭାପତି ଗୋଲଖ ବିହାରୀ ସାହୁ ଘୋଷଣା କରିଥିଲେ । ତୈଳିକ ବୈଶ୍ୟ ସମାଜର ପିଲାମାନଙ୍କ ମାଧ୍ୟମରେ ସାମାଜିକ ସଂଗଠନ ରକ୍ଷା କରାଯାଇ ନୃତ୍ୟ ଓ ସଂଗୀତ ପ୍ରତିଯୋଗିତାମାନ କରାଯିବା ବୋଲି ସମ୍ପାଦକ ବ୍ରଜବନ୍ଧୁ ସାହୁ କହିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଶ୍ୟାମସୁନ୍ଦର ସାହୁ, ବିଜୟ କୁମାର ସାହୁ, ସୁରେଶ କୁମାର ସାହୁ ଓ କୃଷ୍ଣ ଚନ୍ଦ୍ର ସାହୁ ପ୍ରମୁଖ ମିଳିତ ଭାବେ ସହଯୋଗ କରି ପରିଚାଳନା କରିଥିଲେ । ପରିଶେଷରେ ବରିଷ୍ଠ ସଦସ୍ୟ ହରିହର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

0 Comments