ବ୍ଲକ ସ୍ତରୀୟ ନବନିର୍ମାଣ କୃଷକ ସଂଗଠନ ସମ୍ମିଳନୀ।

utkalnews7
By
0


ବୋଲଗଡ଼,୨୪।୧୨,(ଉତ୍କଳ ନ୍ୟୁଜ୍୭) : ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ନବନିର୍ମାଣ କୃଷକ ସଂଗଠନ ଆନୁକୂଲ୍ୟରେ ଓ କୃଷକ ନେତା ସୁରେଶ ଚନ୍ଦ୍ର ମାନସିଂହଙ୍କ ଆବାହକତ୍ୱରେ ରବିବାର ଦିନ  ବ୍ଲକସ୍ତରୀୟ  ନବନିର୍ମାଣ କୃଷକ ସଂଗଠନ ସମ୍ମିଳନୀ  ପିଚୁକୁଳି ଗ୍ରାମସ୍ଥିତ  କଲ୍ୟାଣ ମଣ୍ଡପଠାରେ  ଅନୁଷ୍ଠିତ ହୋଇଯାଇଅଛି  ।ଏହି ସମ୍ମିଳନୀରେ ମୁଖ୍ୟଅତିଥି ଭାବେ ରାଜ୍ୟ ନବନିର୍ମାଣ କୃଷକ ସଂଗଠନ ସଂଯୋଜକ ଅକ୍ଷୟ କୁମାର  , ମୁଖ୍ୟବକ୍ତା ଭାବେ ଶେଷଦେବ ନନ୍ଦ ଓ଼ ସମ୍ମାନିତ ଭାବେ ମନୋହର ଅଲ୍ଲୀ, ଶ୍ରମିକ ନେତା ଅକ୍ଷୟ  ରାଉତରାୟ ପ୍ରମୁଖ ଯୋଗଦେଇଥିଲେ  । ସମସ୍ତ ନିମନ୍ତ୍ରିତ ଅତିଥିମାନେପ୍ରଭୁ ଜଗତରନାଥ ଜଗନ୍ନାଥଙ୍କ ଫୋଟୋ ଚିତ୍ରରେ ଫୁଲ,ଚନ୍ଦନ ଓ଼ ପ୍ରଦୀପ ପ୍ରଜ୍ବଳନ କରି ଏହାକୁ ଶୁଭ ଉଦଘାଟନ କରିଥିଲା । କାର୍ଯ୍ୟକ୍ରମର ପ୍ରାରମ୍ଭରେ କାହ୍ନୁ ଚରଣ ବେହେରା ସ୍ୱାଗତ ଭାଷଣ ଦେଇଥିବା ବେଳେ ସୁଶାନ୍ତ କୁମାର ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ପୂର୍ଣ୍ଣ ଚନ୍ଦ୍ର ବେହେରା ସମ୍ପାଦକୀୟ ବିବରଣୀ ପଠନ କରିଥିଲେ । ଏହି ବ୍ଲକସ୍ତରୀୟ କୃଷକ ସମ୍ମିଳନୀରେ ୧୯ଟି ଗ୍ରାମପଞ୍ଚାୟତରୁ ୩୦୦ରୁ ଉର୍ଦ୍ଧ ଚାଷୀ ଭାଇ ଓ଼ ଭଉଣୀମାନେ ଯୋଗଦେଇଥିଲେ  । ଏହି କୃଷକ ସମ୍ମିଳନୀରେ ଚାଷ ଓ଼ ଚାଷୀର ବିକାଶ ପାଇଁ ବିଭିନ୍ନ ସମସ୍ୟା ଉପରେ ଆଲୋଚନ ହୋଇଥିଲା । ଶ୍ରମିକ ନେତା ଅକ୍ଷୟ ରାଉତରାୟ ବେଗୁନିଆ -ବୋଲଗଡ଼ ବ୍ଲକର ସମସ୍ତ ମଣ୍ଡିରେ ଚାଷୀ ଧାନବିକ୍ରି ବେଳେ କଟଣି ଛଟଣିକୁ ବିରୋଧ କରିବାକୁ ଉପସ୍ଥିତ ଶତାଧିକ ଚାଷୀମାନଙ୍କୁ ପରାମର୍ଶ ଦେଇଥିଲେ । ଅନ୍ୟ ରlଜ୍ୟରେ  ବୃଦ୍ଧ ଚାଷୀମାନଙ୍କୁ ବାର୍ଦ୍ଧକ୍ୟ ଭତା ୨ହଜାରରୁ ଉର୍ଦ୍ଧ ଟଙ୍କା ମିଲୁଥିବା ବେଳେ ଓଡିଶା ରାଜ୍ୟର ବୃଦ୍ଧ ଚାଷୀମାନଙ୍କୁ ୫୦୦ଟଙ୍କା ବାଦ୍ଧକ୍ୟ ଭତା ପ୍ରଦାନ କରାଯାଉଥିବାରୁ ତୀବ୍ରନିନ୍ଦା କରାଯାଇଥିଲା ।ଓଡ଼ିଶାରେ  ଦଳୀୟ ସରକାର ବଦଳରେ ଚାଷୀ ସରକାର ଗଠନ କରିବାକୁ ନିଷ୍ପତି ନିଆଯାଇଥିଲା । ରାଜ୍ୟ ସରକାର ଚାଷୀମାନଙ୍କର ଧାନ ଦର ବୃଦ୍ଧି କରିବାକୁ ଚାଷୀମାନେ ଦାବି କରିଅଛନ୍ତି  । ପରିଶେଷରେ ବରିଷ୍ଠ କୃଷକ ସୁଶାନ୍ତ କୁମାର ବେହେରା ଉପସ୍ଥିତ ଥିବା ଶତାଧିକ ଚାଷୀ ଭାଇ ଓ ଭଉଣୀମାନଙ୍କର ନିରୋଗ ଜୀବନ କାମନାକରି  ଧନ୍ୟବାଦ ଅର୍ପଣ କରିଥିଲେ।

Post a Comment

0 Comments

Please Select Embedded Mode To show the Comment System.*