ଟ୍ରଲର କୁ ପଛପଟୁ ପିଟିଲା କାର୍ ; ଜଣେ ମୃତ, ୩ଜଣ ଗୁରୁତର ଆହତ।

utkalnews7
By
0

 


ଟାଙ୍ଗୀ,୨୪।୩,(ଉତ୍କଳ ନ୍ୟୁଜ୍୭) : ଟ୍ରଲରକୁ ପଛପଟୁ ପିଟିଲା କାର୍ ,ଜଣେ ମୃତ ୩ଜଣ ଗୁରୁତର। ସୂଚନାଯୋଗ୍ୟ ଯେ, ୧୬ନମ୍ବର ଜାତୀୟ ରାଜପଥ ଚାନ୍ଦପୁର ଥାନା ଅଧିନ ଗୌରଚନ୍ଦ୍ରପୁର ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା। କାର୍ ରେ ୨ଜଣ ଯୁବକ ଓ ୨ ଜଣ ଯୁବତୀ ଭୁବନେଶ୍ୱର ରୁ ଚିଲିକା ଭ୍ରମଣରେ ଯାଉଥିବା ବେଳେ ଅଧାବାଟରେ ଘଟିଲା ଦୁର୍ଘଟଣା। ଖବର ପାଇ ଟାଙ୍ଗୀ ଅଗ୍ନିଶମ ବାହିନୀ ଦୁର୍ଘଟଣା ସ୍ଥଳରେ ଗୁରୁତର ମାନଙ୍କୁ ସ୍ଥାନୀୟ ଗ୍ରାମବାସୀଙ୍କ ସହାୟତାରେ ଉଦ୍ଧାର କରି ନିକଟସ୍ଥ ଚାନ୍ଦପୁର ବସନ୍ତ ମଞ୍ଜରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଛି l ଅନ୍ୟ ୩ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ୱର ଏମସ୍ କୁ ସ୍ଥାନାନ୍ତରିତ କରାଯାଇଛି।ମୃତ ଯୁବକ ଜଣକ ଧାମନଗର ସ୍ଥିତି ଜାହାଙ୍ଗୀର ଅଞ୍ଚଳର ଶୁଭକାନ୍ତ ରାଉତ ପୁଅ ଅମରଜ୍ୟୋତି ରାଉତ(୨୮) ବର୍ଷ ବୋଲି ଜଣାପଡିଛି।ଗୁରୁତର ଆହତ ଯୁବକ ଜଣକ ହେଉଛନ୍ତି କେନ୍ଦ୍ରାପଡା ଅଞ୍ଚଳର ରତ୍ନାକର ସାମନାରାୟଙ୍କ ପୁଅ ଦିପ୍ତୀ ସାମନାରାୟ (୨୪) ବର୍ଷ ଓ ୨ ଜଣ ଯୁବତୀ ହେଉଛନ୍ତି ବଲାଙ୍ଗୀର ଅଞ୍ଚଳର ରଞ୍ଜିତା ନାୟକ ଓ କୋମଲ ଶର୍ମା ବୋଲି ଜଣାପଡିଛି।ମୌଜ -ମଜଲିସ୍  କରିବା ପାଇଁ ପରିବାର ଲୋକଙ୍କ ଅଗୋଚରରେ ଏମାନେ ଚିଲିକା ଭ୍ରମଣରେ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି।ଖବର ପାଇ ଘଟଣାସ୍ଥଳରେ ଚାନ୍ଦପୁର ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

Post a Comment

0 Comments

Please Select Embedded Mode To show the Comment System.*