ଟାଙ୍ଗୀ ଲୟର୍ସ ବାର୍ ଆସୋସିଏସନ ର ନିର୍ବାଚନ ଫଳାଫଳ ଘୋଷଣା ଅଜୟ ସଭାପତି, ସ୍ୱସ୍ତିକ ସମ୍ପାଦକ।

utkalnews7
By
0


ଟାଙ୍ଗୀ,୩୦।୦୩,(ଉତ୍କଳ ନ୍ୟୁଜ୍୭):ରାଜ୍ୟ ବାର କାଉନସିଲ ଓଡିଶା କଟକ ଙ୍କ ନିର୍ଦେଶ କ୍ରମେ ସାରା ଓଡିଶା ରେ ଏହି ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ଆଜି ମଧ୍ୟ ଅନୁରୂପ ଭାବେ ଟାଙ୍ଗୀ ଲୟର୍ସ ବାର୍ ଆସୋସିଏସନର ନିର୍ବାଚନ ମଧ୍ୟ ଅନୁଷ୍ଠିତ ହୋଇଯାଇଛି।  ଟାଙ୍ଗୀ ଲୟର୍ସ ବାର୍ ଆସୋସିଏସନର ପ୍ରତ୍ୟେକ ପଦବୀ ନିମନ୍ତେ ଦୁଇ ମୁଖି ପ୍ରତିଦ୍ବନ୍ଦିତା ହୋଇଥିଲା। ସମୁଦାୟ ଏହି ବାର୍ ଆସୋସିଏସନର ୬୨ ଜଣ ଆଇନଜିବୀ ନିର୍ବାଚନରେ ସେମାନଙ୍କର ମତଦାନ କରିଥିଲେ। ସଭାପତି ଭାବେ ଅଜୟ କୁମାର ରାୟ,ଉପସଭାପତି ଭାବେ ସୁରେନ୍ଦ୍ର କୁମାର ପ୍ରଧାନ,ସଂପାଦକ ଭାବେ ସ୍ବସ୍ତିକ ରଥ,ସହ ସଂପାଦକ ଭାବେ ସନ୍ଦିପନି ମିଶ୍ର ,କୋଷାଧକ୍ଷ ଭାବେ ତପନ କୁମାର ମହାନ୍ତି, କାର୍ଯ୍ୟନିର୍ବାହୀ ପଦରେ ରମେଶ କୁମାର ବେହେରା,ଚଣ୍ଡେଶ୍ବର ଦାସ,ବିଶ୍ବଜିତ୍ ଧଳ,ସୁରଜିତ୍ ପଟ୍ଟନାୟକ,ରମାମଣି ଦେଇ,କବିତାମାଝି, ରବିନ୍ଦ୍ର ରଣା ନିର୍ବାଚିତ ହୋଇଥିବା ଜଣାପଡିଛିା ନିର୍ବାଚନ ଅଧିକାରୀ ଭାବେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ସୁଶାନ୍ତ କୁମାର ସିଂ ଓ ସହକାରୀ ନିର୍ବାଚନ ଅଧିକାରୀ ସନ୍ତୋଷ କୁମାର ସ୍ବାଇଁ । ତେବେ ନିର୍ବାଚିତ ପ୍ରାର୍ଥୀ ମାନଙ୍କୁ ଟାଙ୍ଗୀ ଲୟାର୍ସ ବାର୍ ଆସୋସିଏସନ୍ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିବା ସୂଚନା ମିଳିଛି।

Post a Comment

0 Comments

Please Select Embedded Mode To show the Comment System.*