ସୁନା ଚେନ ସହ ମୋଟର ସାଇକେଲ,ମୋବାଇଲ ଜବତ, ୨ଗିରଫ ।

utkalnews7
By
0



ନୟାଗଡ଼,୦୭/୧୧,(ଉତ୍କଳ ନ୍ୟୁଜ୍୭) : ନୟାଗଡ ଟାଉନ ଥାନା ପୋଲିସ ର ବଡ଼ ସଫଳତା ।୨ଜଣ ସୁନାଚେନ ଲୁଟେରା ଗିରଫ କଲା ପୋଲିସ। ଅଭିଯୁକ୍ତ ଜଣକ ହେଲେ ନୟାଗଡ ସଦର ଥାନା ଅନ୍ତର୍ଗତ ବାଲୁଗାଁର ବୃନ୍ଦାବନ ନାୟକଙ୍କ ପୁଅ ଚିତ୍ତରଞ୍ଜନ ନାୟକ ଏବଂ ଭୁବନେଶ୍ବର ଭରତପୁର ଅନ୍ତର୍ଗତ ଶ୍ୟାମପୁର ପଣ୍ଡାକୁଡ଼ିଆ ଅଞ୍ଚଳ ର ଅଭିମନ୍ୟୁ ନାୟକ ଙ୍କ ପୁଅ ଅମିତ୍ ନାୟକ । ପୋଲିସ ଏହି ୨ଜଣ ଅଭିଯୁକ୍ତ ଙ୍କୁ ଗିରଫ କରି ତାଙ୍କଠାରୁ ବାଇକ୍ ଓ ମୋବାଇଲ ଫୋନ ଜବତ କରିଛି।ଗତ ୨ ତାରିଖ ଦିନ ଆଇନଜୀବୀ ନରସିଂହ ପଟ୍ଟନାୟକ ପତ୍ନୀ ସସ୍ମିତା ପଟ୍ଟନାୟକଙ୍କ ସହ ନୟାଗଡ଼ ଅଦାଲତ ରୁ ତାଙ୍କ ଘର ଦେବୋତ୍ତର କଲୋନୀ କୁ ଫେରୁଥିବା ସମୟ ରେ ସସ୍ମିତାଙ୍କ ଠାରୁ ପଲ୍ସର୍ ୨୨୦  ଗାଡ଼ି ରେ ଆସି ଏହି ଦୁଇ ଜଣ ଲୁଟେରା ସୁନାଚେନ ଲୁଟ କରିଥିଲେ । ଏ ନେଇ ସସ୍ମିତା ଟାଉନଥାନା ରେ ଅଭିଯୋଗ କରିବା ପରେ ଏକ ମାମଲା ରୁଜୁ କରିବା ସହ ପୋଲିସ ଘଟଣା ର ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ରୁ ଜଣାପଡିଲା ଯେ ଦୁହେଁ ଚେନ୍ ଲୁଟ କରିବା ପରେ ଚିକିତ୍ସା କରିବା ବାହାନା କରି ବଳୁଗାଁ ର ସତ୍ୟବାଦୀ ବିଶ୍ଵାଳ ଙ୍କୁ ୭୦ ହଜାର ଟଙ୍କା ରେ ବିକ୍ରି କରିଥିଲେ । ଆଜି ଏହି କେସ  ସମ୍ପର୍କ ରେ ଏସ୍.ଡି.ପି.ଓ ସୁଦର୍ଶନ ଗଙ୍ଗୋଇ ଏବଂ ନୟାଗଡ ଟାଉନଥାନା ଅଧିକାରୀ ରଶ୍ମିରଞ୍ଜନ ମହାପାତ୍ର ସୂଚନା ଦେଇଛନ୍ତି ଓ ଲୁଟ୍ ହୋଇଥିବା ଗହଣା ହସ୍ତାନ୍ତର କରିଥିବା ର ସୂଚନା ମିଳିଛି।

Post a Comment

0 Comments

Please Select Embedded Mode To show the Comment System.*