ସାମ୍ବାଦିକ ସଂଘ ପକ୍ଷରୁ ଖବର କାଗଜ ବିତରକ ମାନଙ୍କୁ ଶୀତବସ୍ତ୍ର ବଣ୍ଟନ ।

utkalnews7
By
0


ନୟାଗଡ଼, ୨୩/୧୨: ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଆଜି ଅପରାହ୍ନରେ ଖବର କାଗଜ ବିତରକ ମାନଙ୍କୁ  ପୁରୁଣା ସହର ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ନିକଟରେ ଶୀତବସ୍ତ୍ର ବଣ୍ଟନ କରାଯାଇଛି। ଜିଲ୍ଲା ସଭାପତି ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବଣ୍ଟନ କାର୍ଯ୍ୟକ୍ରମରେ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ଥିବା ବେଳେ ନୟାଗଡ଼ ସହର ମଧ୍ୟରେ ଦୈନିକ ଖବର ବାଣ୍ଟୁଥିବା ସମସ୍ତ ବିତରକ ମାନଙ୍କୁ ଶୀତବସ୍ତ୍ର ପ୍ରଦାନ କରାଯାଇ ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ନୟାଗଡ଼ ଖବର କାଗଜ ବିତରକ ସଂଘର ପଞ୍ଜିକରଣ କାର୍ଯ୍ୟ ଏବଂ ଖବର କାଗଜ ବିକ୍ରୟ ପାଇଁ ଭେଣ୍ଡିଂ ଜୋନ ପ୍ରତିଷ୍ଠା ପାଇଁ ବିତରକ ମାନଙ୍କ ପକ୍ଷରୁ ଜିଲ୍ଲା ସାମ୍ବାଦିକ ସଂଘର ଦୃଷ୍ଟି ଆକର୍ଷଣ କରାଯାଇଥିଲା।  ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଭେଣ୍ଡିଂ ଜୋନ ପ୍ରତିଷ୍ଠା ପାଇଁ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରିବା ତଥା ଖବର କାଗଜ ବିତରକ ସଂଘର ପଞ୍ଜିକରଣ ଦାୟିତ୍ୱ ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ନିଜେ ନେଇଥିଲେ। ଶୀତବସ୍ତ୍ର ବିତରଣ କାର୍ଯ୍ୟକ୍ରମରେ ସଂଘ ଉପଦେଷ୍ଟା ଶ୍ରୀକାନ୍ତ ପଟ୍ଟନାୟକ,କାର୍ଯ୍ୟକାରୀ ସଭାପତି ସୁବାସ ମହାପାତ୍ର ଏବଂ ନିଶିକାନ୍ତ ରଥ, ସାଧାରଣ ସମ୍ପାଦକ ପ୍ରଦୀପ୍ତ ରଥ,ସଂଗଠନ ସମ୍ପାଦକ ଜୟେନ୍ଦ୍ର ବେହେରା,କାର୍ଯ୍ୟାଳୟ ଉପସଭାପତି ପୁରୁଷୋତ୍ତମ ମହାପାତ୍ର ଏବଂ ସମ୍ପାଦକ ସୁରେନ୍ଦ୍ର ପ୍ରଧାନ, କୋଷାଧକ୍ଷ ଗୋକୁଳ କୁମାର ଷଡ଼ଙ୍ଗୀ ଏବଂ ଗଣମାଧ୍ୟମ ସଂଯୋଜକ ଲକ୍ଷ୍ମୀଧର ସାହୁଙ୍କ ସମେତ ଜିଲ୍ଲା ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

Post a Comment

0 Comments

Please Select Embedded Mode To show the Comment System.*