ରଣପୁର ଗସ୍ତରେ ଆସନ୍ତାକାଲି ଆସୁଛନ୍ତି ମୁଖ୍ୟମନ୍ତ୍ରୀ ।

utkalnews7
By
0


ରଣପୁର,୨୮/୧୨(ଉତ୍କଳ ନ୍ୟୁଜ୍୭): ଦୁଇ ଦୁଇଟି ଲଗାଣ ଲଘୁଚାପ ବର୍ଷା ରଣପୁର ଅଞ୍ଚଳର ଚାଷୀମାନଙ୍କ ମେରୁଦଣ୍ଡକୁ ଭାଙ୍ଗି ଦେଇଛି।ଏହି ଲଗାଣ ବର୍ଷାରେ ଚାଷୀମାନଙ୍କ ଏକର ଏକର ଧାନ ଫସଲ ନଷ୍ଟ ହୋଇଛି। ଏପରିକି ଧାନକେଣ୍ଡା ସବୁ ଗଜା ହୋଇଯାଇଛି। ଚାଷୀମାନେ ଧାର କରଜ କରି ଚାଷ କାର୍ଯ୍ୟ କରିଥିବା ବେଳେ ଧାନ ଫସଲ ବର୍ଷାରେ ନଷ୍ଟ ହୋଇ ଚାଷ ଜମିରେ ଗଜା ହେବା ବୋଝ ଉପରେ ନଳିତା ବିଡା ସଦୃଶ ହୋଇଥିଲା । ରଣପୁର ବିଧାୟିକା ତଥା ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀଙ୍କ ସମେତ କୃଷକ ଯୁବ ମୋର୍ଚ୍ଚା, ବ୍ଲକ ଅଧ୍ୟକ୍ଷା କୃଷକମାନଙ୍କ ସହିତ ଆଲୋଚନା କରି ଜମିକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ତେବେ ଆସନ୍ତାକାଲି ଅର୍ଥାତ ୨୯ ଡିସେମ୍ବର ରବିବାର ପୂର୍ବାହ୍ନ ୧୧ଟାରେ ରଣପୁର ବ୍ଲକକୁ ପରିଦର୍ଶନରେ ଆସିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିଧାସଳଖ ଚାଷୀମାନଙ୍କ ସହ କଥାବାର୍ତ୍ତା କରି ସ୍ଥିତି ଅନୁଧ୍ୟାନ କରି କ୍ଷୟକ୍ଷତିର ଆକଳନ କରିବେ ବୋଲି ଜଣାପଡିଛି |

Post a Comment

0 Comments

Please Select Embedded Mode To show the Comment System.*