ରଣପୁର,୧୦।୦୧,(ଉତ୍କଳ ନ୍ୟୁଜ୍୭): ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅଞ୍ଚଳରେ ଅଘଟଣ।୩୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍ , ଘଟଣା ସ୍ଥଳରେ ୨ ମୃତ ଏବଂ ୩୫ ରୁ ଉର୍ଦ୍ଧ ପର୍ଯ୍ୟଟକ ଗୁରୁତ୍ତର ଆହତ। ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଗୁଣ୍ଠୁଣି ଗ୍ରାମ ରୁ ପର୍ଯ୍ୟଟକ ବାହାରି ବସ୍ ଯୋଗେ ବାଲୁଗାଁ ସ୍ଥିତ ଚିଲିକା ର କାଳିଯାଇ, ନାରାୟଣୀ ଦର୍ଶନ ସାରି ବ୍ରହ୍ମପୁର ଅଭିମୁଖେ ଯାତ୍ରା କରିଥାନ୍ତେ ଏବଂ ସେଠାରେ ତାରାତାରିଣୀ ଓ ମୟୂରୀକାଳିଆ ଦର୍ଶନ ସାରି ଘର ବାହୁଡ଼ା ହୋଇଥାନ୍ତେ କିନ୍ତୁ ଘନ କୁହୁଡ଼ି ସାଙ୍ଗକୁ ବ୍ରିଜର ସଂକୀର୍ଣ୍ଣତା ପାଇଁ କାଳର କରାଳ ଭିତରେ ଦୁର୍ଘଟଣାର ଶିକାର ହେଲେ ଓ ଡି ୦୨ ଏ ଏଫ୍ ୪୮୪୯ ଇଣ୍ଡିଆନ୍ ବସ୍ ରେ ଥିବା ସମସ୍ତ ପର୍ଯ୍ୟଟକ।
ଖଣ୍ଡିସ ଛକ ନିକଟରେ ଥିବା ବ୍ରିଜର ସାଇଡ଼ ୱାଲ୍ ମାଡ ହୋଇ ୩୦ ଫୁଟ ତଳକୁ ଓଲଟି ପଡିଥିଲା ଏହି ପର୍ଯ୍ୟଟକ ବସ୍। ବସ୍ ରେ ଥିବା ୫୫ ପର୍ଯ୍ୟଟକମାନଙ୍କ ଆତଚିତ୍କାର ଶୁଣି ସ୍ଥାନୀୟ ଲୋକେ ସେଠାରେ ପହଂଚି ବସ୍ କାଚ ଭାଙ୍ଗି ପର୍ଯ୍ୟଟକମାନଙ୍କୁ ଉଦ୍ଧାର କାର୍ଯ୍ୟଆରମ୍ଭକରିଥିଲେ । ସେଠାରୁ ଆହତ ପର୍ଯ୍ୟଟକମାନଙ୍କୁ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ଚାନ୍ଦପୁର ବସନ୍ତ ମଞ୍ଜୁରୀ ସ୍ୱାସ୍ଥ୍ୟ ନିବାସ ରେ ଭର୍ତ୍ତି କରାଯାଇଥିଲା ପରବର୍ତ୍ତୀ ପର୍ଯ୍ୟାୟରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ତା ଗୁରୁତ୍ତର ହେବାରୁ ସେମାନଙ୍କୁ ଭୁବନେଶ୍ବରକୁ ସ୍ଥାନାନ୍ତରିତ କରାଯାଇଥିଲା। ରଣପୁର ରୁ ଚାନ୍ଦପୁର ଜାତୀୟ ରାଜପଥ କୁ ସଂଯୋଗୀ କରଣ ହୋଇଥିବା ପୂର୍ତ୍ତବିଭାଗ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ହୋଇଥିବା ବେଳେ ଖଣ୍ଡିସ ଛକରେ ଟର୍ଣ୍ଣିଂ ସ୍ଥାନାଥିବା ବ୍ରିଜର ନୂତନକାର୍ଯ୍ୟ ବା ସେହି ବ୍ରିଜ ସମ୍ପ୍ରସାରଣ ହେବାବଦଳରେ ସଂକୀର୍ଣ୍ଣଅବସ୍ତା ପଡିରହିଛି ।
ଯାହା ଫଳରେ ରାସ୍ତା ସମ୍ପ୍ରସାରଣ ହୋଇଥିବାରୁ ଯାତ୍ରୀମାନେ ଯାତାୟତ ସମୟରେ ଏହିଭଳି ଦୁର୍ଘଟଣାର ଶିକାର ହେଉଛନ୍ତି। ଏହିଭଳି ଭାବେ ବିଗତ ଅଳ୍ପ କିଛିଦିନ ପୂର୍ବରୁ ଗୋଟିଏ କାର ଦୁର୍ଘଟଣାର ଶିକାର ହୋଇଥିବା ବେଳେ ସେହିଭଲି ଆଜି ପର୍ଯ୍ୟଟକ ବସଟି ଘନ କୁହୁଡ଼ି ଏବଂ ବ୍ରିଜ ପାଖରେ ଟର୍ଣ୍ଣିଂ ଥିବାରୁ ଭାରସାମ୍ୟ ହରାଇ ସାଇଡ଼ ୱାଲ୍ କୁ ଧକ୍କା ଦେବା ଫଳରେ ଦୁର୍ଘଟଣାରେ ଶିକାର ହୋଇଛି।ତେବେ ଘଟଣା ସ୍ଥଳରେ ଥିବା ଉଦ୍ଧାରକାରୀ ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାଇ ଯଦି ଏହି ବ୍ରିଜର ନୂତନ କାର୍ଯ୍ୟ ନହୁଏ ତେବେ ଆଗାମୀ ଦିନରେ ଆହୁରି ଏଭଳି ଦୁର୍ଘଟଣାର ଶିକାର ନହେବେ ବୋଲି କିଏ କହିବ।