ଭିଜିଲାନ୍ସ ଜାଲରେ ସୋରଣ ଆରଆଇ : ୨୦ ହଜାର ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍ ।

utkalnews7
By
0

 



ଟାଙ୍ଗୀ,୧୦/୧(ଉତ୍କଳ ନ୍ୟୁଜ୍୭): ଖୋର୍ଦ୍ଧା ଜିଲ୍ଲା ଚିଲିକା ତହସିଲ ସୋରଣ ରାଜସ୍ୱ ସର୍କଲର ରାଜସ୍ବ ନିରୀକ୍ଷକ କୈଳାସ ବେହେରା ଆଜି ଭିଜିଲାନ୍ସ ଜାଲରେ ପଡିଛନ୍ତି। ଜଣେ ଭୂମିହୀନଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ କୈଳାସ ବେହେରାଙ୍କୁ ଭିଜିଲାନ୍ସ ଟିମ ଧରିଥିଲା।ଖୋର୍ଦ୍ଧା ଭିଜେଲାନ୍ସ ଡିଏସପି ଚନ୍ଦ୍ରକଳା ଜେନାଙ୍କ ନେତୃତ୍ୱରେ ଆଜି ଚଢାଉ ହୋଇଥିଲା। ୮ ଜଣିଆ ଦଳ ଏହି ଚଢାଉରେ ସାମିଲ ଥିଲା। 

ଏବେ କୈଳାସ ବେହେରାଙ୍କୁ ଭିଜିଲାନ୍ସ ଟିମ ହେପାଜତକୁ ନେଇଛି।କୈଳାଶଙ୍କ କୁମାଣ୍ଡଳ ସ୍ଥିତ ଘର ଓ  ହାଟ ବରଡ଼ି ଗ୍ରାମରେ ଥିବା ଶ୍ୱଶୁର ଘରେ ଭିଜିଲାନ୍ସ ଟିମ୍ ରେଡ ମାରିବା ନେଇ ସୂଚନା ମିଳିଛି।ରାଜସ୍ଵ ନୀରିକ୍ଷକଙ୍କୁ ଧରି ଚିଲିକା ତହସିଲ କାର୍ଯ୍ୟାଳୟକୁ ଭିଲାନ୍ସ ଟିମ ଆଣିଛି। ଏଠାରୁ ବହୁ ଆପତ୍ତି ଜନକ କାଗଜ ପତ୍ର ଜବତ କରିବା ସହ ଲାଞ୍ଚ ଟଙ୍କା ଜବତ କରାଯାଇଛି।

Post a Comment

0 Comments

Please Select Embedded Mode To show the Comment System.*