ମହୋତ୍ସବ ବୁଲିଲେ ସାଙ୍ଗ ହୋଇ, ଦୁର୍ଘଟଣାରେ ନେଇଗଲା ଜଣଙ୍କ ଜୀବନ ,ଆଉ ଜଣେ ମୃତ୍ୟୁ ସହ କରୁଛି ସଂଗ୍ରାମ ।

utkalnews7
By
0

 


ଭାପୁର,୧୪/୧ ,(ଉତ୍କଳ ନ୍ୟୁଜ୍୭) : ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ୍ ଅନ୍ତର୍ଗତ ଗୋଳାପୋଖରୀ ପଞ୍ଚାୟତ ନୀଳକଣ୍ଠ ପ୍ରସାଦ ଗ୍ରାମର  ଜଣେ ଯୁବକ ବାଇକ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ବେଳେ ତା'ର ସାଙ୍ଗ ଗୁରୁତର  ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ପୁଲିସ ସୁତ୍ରରୁ ପ୍ରକାଶ ଯେ, ନୀଳକଣ୍ଠ ପ୍ରସାଦ ଗ୍ରାମର ଶଶୀଧର ବେହେରାଙ୍କ ପୁଅ ତ୍ରିନାଥ ବେହେରା (୨୨) ଓ ବଡସହରା ଗ୍ରାମର ବୈରାଗୀ ପ୍ରଧାନଙ୍କ ପୁଅ ରାଜୁ ପ୍ରଧାନ (୨୧) ଉଭୟ ସୁରଟରେ ରହି ଏକ କମ୍ପାନୀରେ ମିଶି କାମ କରନ୍ତି। ଭାପୁର ମହୋତ୍ସବକୁ ବୁଲିବା ପାଇଁ ଉଭୟେ ମିଶି ସୋମବାର ସଂଧ୍ୟାରେ ଆସିଥିଲେ। ଉଭୟେ ମହୋତ୍ସବରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ସହ ବୁଲାବୁଲି କରି ବିଳମ୍ବିତ ରାତିରେ ନିଜ ଗ୍ରାମକୁ ବାଇକ୍ ଯୋଗେ ଫେରିଥିଲେ। ଫେରିବା ସମୟରେ ଭାପୁର - ଗୋଳାପୋଖରି ରାସ୍ତାର ଏକ ପୋଖରୀ ନିକଟରେ ଥିବା ୍ ତାଳ ଗଛ ସହ ବାଇକଟି ପିଟି ହୋଇଯିବା ଫଳରେ ବାଇକଟି ଭାଙ୍ଗି ଯିବା ସହ ଉଭୟ ଯୁବକ ରାସ୍ତାରେ ଛିଟିକି ପଡି ଦୁର୍ଘଟଣାର ଶିକାର ହୋଇଥିଲେ। ମହୋତ୍ସବ ଦେଖି ଘରକୁ ଫେରୁଥିବା ଗ୍ରାମବାସୀ ଦୁର୍ଘଟଣାରେ ଶିକାର ହୋଇଥିବା ଉଭୟ ଯୁବକଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଭାପୁର ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ  ଚିକତ୍ସା ପାଇଁ ଭର୍ତ୍ତି କରିଥିଲେ। ମାତ୍ର, ସେଠାରେ କାର୍ଯ୍ୟରତ ଡାକ୍ତର ଉଭୟଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ତ୍ରିନାଥକୁ ମୃତ୍ୟୁ ଘୋଷଣା କରିଥିବା ବେଳେ ରାଜୁର ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା କରି ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନତରିତ କରିଥିବା ଜଣାପଡିଛି। ଖବର ପାଇ ଭାପୁର ବିଟ୍ ହାଉସ୍ ଅଧିକାରୀ ସଞ୍ଜୟ କୁମାର ପରିଡ଼ା ଭାପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ତ୍ରିନାଥର ଶବକୁ ଜବତ କରିବା ସହ ଦୁର୍ଘଟଣା ସ୍ଥଳରୁ ଗାଡିକୁ ଜବତ କରିଛନ୍ତି। ଏନେଇ, ଏକ  ଅପମୃତ୍ୟୁ ମାମଲା ରୁଜୁ କରିବା ସହ ମଙ୍ଗଳବାର ଦିନ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି। ତ୍ରିନାଥର ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଗ୍ରାମରେ ଶୋକର ଛାୟାଖେଳି ଯାଇଛି। ମୃତ ଯୁବକ ଜଣଙ୍କ ପିତାମାତାଙ୍କର ସେ ଏକ ମାତ୍ର ପୁଅ ହୋଇଥିବା ବେଳେ ପୁଅର ମୃତ୍ୟୁକୁ ନେଇ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡିବା ସହ ରୋଜଗାରିଆ ପୁଅକୁ  ହରାଇଛନ୍ତି। ମୃତ ତ୍ରୀନାଥଙ୍କ ପରିବାର ଲୋକଙ୍କୁ ଶୀଘ୍ର ଆର୍ଥିକ ସହାୟତା ଯୋଗାଇଦେବାକୁ ବିଭିନ୍ନ ସଂଗଠନ ତରଫରୁ ରାଜ୍ୟ ସରକାରଙ୍କୁ ଅନୁରୋଧ  କରିଛନ୍ତି ।

ଭାପୁରରୁ ଯଦୁନାଥ ସମନ୍ତରାୟଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ୍୭।

Post a Comment

0 Comments

Please Select Embedded Mode To show the Comment System.*