ଭୁବନେଶ୍ଵର,୧୦।୧,(ଉତ୍କଳ ନ୍ୟୁଜ୍୭) : ଲଗାଣ ଲଘୁଚାପ ଜନିତ ବର୍ଷା ଚାଷୀର ମେରୁଦଣ୍ଡକୁ ଭାଙ୍ଗି ଦେଇଥିବା ବେଳେ କିଭଳି ମଣ୍ଡିରେ ଧାନ ଦେବେ ଚାଷୀ ତାକୁ ନେଇ ଚିନ୍ତାର ଚାଷୀ । ଏହାରି ଭିତରେ FAQ ମାନର ଧାନ ଆଣିବାକୁ ପଡିବ ବୋଲି କହିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।ଯେକୌଣସି ଧାନ ଆଣିଲେ ୩୧୦୦ ଟଙ୍କା ଦେବେ ବୋଲି ଚାଷୀଙ୍କୁ ବିଭ୍ରାନ୍ତି କରାଯାଉଛି । ବର୍ଷାରେ ଧାନ ରଙ୍ଗ ପରିବର୍ତ୍ତନ ହେଲେ ବି ଆମେ ନେଇଯିବୁ । କିନ୍ତୁ ବେଶୀ ଖରାପ ହୋଇଥିଲେ ନେଇ ହେବନି । କ୍ଷତି ହୋଇଥିବା ଧାନର କ୍ଷତି ପୂରଣ ୧୨ ଘଣ୍ଟା ଭିତରେ ଚାଷୀଙ୍କ ପାଖକୁ ଟଙ୍କା ଯାଉଛି । ୨୩ ଲକ୍ଷ ମେଟ୍ରିକ ଟନ୍ ଧାନ ପାଇଁ ଟଙ୍କା ଦିଆ ସରିଲାଣି । ଏଥି ସହ ମଣ୍ଡିରେ ଧାନ ସଂଗ୍ରହ ଠିକ ଠାକ୍ ଚାଲିଛି । କିଛି ସ୍ଥାନରେ ଅସୁବିଧା ସାମନାକୁ ଆସିଛି । ସେହିପରି ପଶ୍ଚିମବଙ୍ଗ ଓ ଓଡ଼ିଶା ଭିତରେ କିଛି ଟକରାଟକରି ନାହିଁ। ଆଳୁ ଯୋଗାଣ ନେଇ ସେମାନଙ୍କ ସହ ଫାଇଟ୍ କରିବାକୁ ଚାହୁଁନୁ । ପଶ୍ଚିମବଙ୍ଗ ସରକାର ତାଙ୍କ ପଲିସି ଅନୁସାରେ କାମ କରୁଛନ୍ତି। ଆମେ ଆମ ପଲିସୀ ତିଆରି କରିବୁ ଓ ଆଳୁରେ ସ୍ୱୟଂ ସମ୍ପୂର୍ଣ୍ଣ ହେବ ରାଜ୍ୟ ଏନେଇ ସୂଚନା ଦେଇଛନ୍ତି।