ନିରାପଦ ଡିସଚାର୍ଜ ରଡ଼ ପ୍ରସ୍ତୁତ କରି ନୂଆଦିଲ୍ଲୀରେ ସମ୍ବର୍ଦ୍ଧିତ ହେଲେ :ଲାଇନ ମ୍ୟାନ ଲଡ଼ୁ କିଶୋର ପ୍ରଧାନ ।

utkalnews7
By
0

କେନ୍ଦ୍ର ସରକାରଙ୍କ ଶକ୍ତି ମନ୍ତ୍ରଣାଳୟ ଓ ଭାରତୀୟ କେନ୍ଦ୍ରୀୟ ବିଦ୍ୟୁତ ପ୍ରାଧିକରଣ, ନୂଆଦିଲ୍ଲୀରେ ସମ୍ବର୍ଦ୍ଧିତ ହେଲେ : ଲାଇନ୍ ମ୍ୟାନ୍ ଲଡ଼ୁ କିଶୋର ପ୍ରଧାନ।

ଟାଙ୍ଗୀ,୭/୩,(ଉତ୍କଳ ନ୍ୟୁଜ୍୭) : ଖୋର୍ଦ୍ଧା ଜିଲ୍ଲା ଟାଟା ବିଦ୍ୟୁତ ବିତରଣ କମ୍ପାନୀର ଟାଙ୍ଗୀ ସେକ୍ସନରେ କାର୍ଯ୍ୟରତ ଲାଇନ ମ୍ୟାନ ଲଡ଼ୁ କିଶୋର ପ୍ରଧାନ ବିଦ୍ୟୁତ କର୍ମଚାରୀଙ୍କ ପାଇଁ ଏକ ନିରାପଦ ଡ଼ିସ ଚାର୍ଜ ରଡ଼ ନିଜସ୍ବ ଜ୍ଞାନ କୌଶଳ ଓ ଅଭିଜ୍ଞତା ଆଧାରରେ ପ୍ରସ୍ତୁତ କରି ଦିଲ୍ଲୀରେ ଉଚ୍ଚ ପ୍ରଶଂସିତ ହୋଇଥବା ବେଳେ ତାଙ୍କୁ ଏଥିପାଇଁ ସମ୍ବର୍ଦ୍ଧିତ କରାଯାଇଥିବା ଜଣାପଡିଛି।ଏହି ରଡ଼ ଟି ମଧ୍ୟ କର୍ମଚାରୀ ମାନଙ୍କୁ ସୁରକ୍ଷା ଦେବା ସହ ବିଭାଗର କ୍ଷୟ କ୍ଷତି ଲାଘବରେ ହୋଇପାରିବ। କେନ୍ଦ୍ର ସରକାରଙ୍କ ଶକ୍ତି ମନ୍ତ୍ରଣାଳୟ ଓ ଭାରତୀୟ କେନ୍ଦ୍ରୀୟ ବିଦ୍ୟୁତ ପ୍ରାଧିକରଣ, ନୂଆଦିଲ୍ଲୀ ତରଫରୁ ଆୟୋଜିତ ଏକ ଭବ୍ୟ ସମାରୋହରେ ସର୍ବଶ୍ରେଷ୍ଠ ଲାଇନ ମ୍ୟାନ ରୂପେ ଲଡ଼ୁ କିଶୋର ଙ୍କୁ ପ୍ରଶସ୍ତି ପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଛି। 


ଏପରି ଏକ ଜାତୀୟ କାର୍ଯ୍ୟକ୍ରମରେ ଲଡ଼ୁ କିଶୋର ଓ ତାଙ୍କ ସହଯୋଗୀ ମାନଙ୍କୁ ଯୋଗ ଦେବାର ବ୍ୟବସ୍ଥା କରିଥିବା ହେତୁ ବାଲୁଗାଁ ବିଦ୍ୟୁତ ବିଭାଗର ସୁରକ୍ଷା ମୁଖ୍ୟ ରାଜେଶ ପ୍ରହ୍ଲାଦ ଶର୍ମା ଙ୍କୁ କୃତ ଜ୍ଞତା ପ୍ରକାଶ କରାଯାଇଛି। ଜାତୀୟ ସ୍ତରରେ ଗୌରବ ଆଣିଥିବାରୁ ଲଡ଼ୁ କିଶୋର ଙ୍କୁ ଟାଟା ବିଦ୍ୟୁତ ବିତରଣ କମ୍ପାନୀ ର ସର୍କଲ, ଡିଭିଜନ, ସବ ଡିଭିଜନ ଓ ସେକସନ ଇତ୍ୟାଦିରେ କାର୍ଯ୍ୟରତ ସମସ୍ତ ପଦସ୍ଥ ପଦାଧିକାରୀ ମାନଙ୍କ ପକ୍ଷରୁ ଶ୍ରୀ ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଟାଙ୍ଗୀ ଅଂଚଳର ବିଦ୍ୟୁତ ଉପଭୋକ୍ତା ମାନେ ମଧ୍ୟ ଏତାଦୃଶ ବିରଳ କୃତିତ୍ୱ ପାଇଁ ଲଡ଼ୁ କିଶୋର ଙ୍କୁ ପ୍ରଶଂସା କରିଛନ୍ତି।


Post a Comment

0 Comments

Please Select Embedded Mode To show the Comment System.*