ଟାଙ୍ଗୀ ଲୟାର୍ସ ବାର୍ ଆସୋସିଏସନ୍ ର ନିର୍ବାଚିତ ପ୍ରତିନିଧିମାନଙ୍କ ଶପଥ ଗ୍ରହଣ ।

utkalnews7
By
0


ଟାଙ୍ଗୀ,୭।୪(ଉତ୍କଳ ନ୍ୟୁଜ୍୭): ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଲୟାର୍ସ ବାର୍ ଆସୋସିଏସନ୍ ର ନିର୍ବାଚନୀ ଶେଷ ହେବାପରେ ନିର୍ବାଚିତ ପ୍ରତିନିଧିମାନଙ୍କୁ ନେଇ ଶପଥ ଗ୍ରହଣ ଉତ୍ସବ ଆଜି ଟାଙ୍ଗୀ ଲୟାର୍ସ ବାର୍ ଆସୋସିଏସନ୍ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ନିର୍ବାଚିତ ପ୍ରତିନିଧିମାନଙ୍କୁ ଶପଥ ପାଠ କରାଇଥିଲେ ନିର୍ବାଚନ ଅଧିକାରୀ ନିରଞ୍ଜନ ଦାସ। 

ସଭାପତି ଭାବେ ଭାସ୍କର ପ୍ରସାଦ ମହାନ୍ତି,

ଉପ-ସଭାପତି ସୁଶାନ୍ତ କୁମାର ସିଂହ, 

ଲାଇବ୍ରେରୀ ସଂପାଦକ ଜ୍ଞାନ ରଞ୍ଜନ ରଣା, 

କୋଷାଧ୍ୟକ୍ଷ ସନ୍ଦିପନୀ ମିଶ୍ର, 

କାର୍ଯ୍ୟନିର୍ବାହୀ ମଣ୍ଡଳୀ ସଦସ୍ୟ ଅଜୟ କୁମାର ସାହୁ,

ସୁରଜିତ୍ ପଟ୍ଟନାୟକ ପ୍ରମୁଖଙ୍କୁ ଟାଙ୍ଗୀ ଲୟାର୍ସ ବାର୍ ଆସୋସିଏସନ୍ ର ପଦ ମର୍ଯ୍ୟାଦା ଅକ୍ଷର୍ଣ୍ଣ ରଖିବା ପାଇଁ ଶପଥ ପାଠ କରାଇଥିଲେ ନିର୍ବାଚନ ଅଧିକାରୀ। ଏହି ଶପଥ ଗ୍ରହଣ କାର୍ଯ୍ୟରେ ନିର୍ବାଚନ ଅଧିକାରୀଙ୍କୁ











ସନ୍ତୋଷ କୁମାର ସ୍ୱାଇଁ, ସ୍ୱସ୍ତିକ ରଥ ଓ ବିଶ୍ବମ୍ବର ସୁବୁଦ୍ଧି ପ୍ରମୁଖ ସହଯୋଗ କରିଥିଲେ । ଏଥି ସହ ନବ ନିର୍ବାଚିତ ପ୍ରତିନିଧିମାନେ ଟାଙ୍ଗୀ ଗ୍ରାମ୍ୟ ନ୍ୟାୟାଳୟ ତଥା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ କରିଥିଲେ ।


ନିର୍ବାଚିତ ପ୍ରତିନିଧିମାନଙ୍କୁ ଟାଙ୍ଗୀ ଲୟାର୍ସ ବାର୍ ଆସୋସିଏସନ୍ ର ରମେଶ ଚନ୍ଦ୍ର ବେହେରା ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଆଗାମୀ ଦିନରେ ଟାଙ୍ଗୀ ଲୟାର୍ସ ବାର୍ ଆସୋସିଏସନ୍ ର ହିତରେ କାର୍ଯ୍ୟ କରିବା ଲାଗି ଆଇନଜୀବୀ ମାନେ ଶପଥ ନେଇଥିଲେ ।ଏହି ଅବସରରେ ଆଇନଜୀବି ମନୋଜ କୁମାର ମାନସିଂହ ଓ ଅଶ୍ଵିନୀ କୁମାର ଦାସଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା |


ଏହି କାର୍ଯ୍ୟକ୍ରମରେ ଟାଙ୍ଗୀ ଲୟାର୍ସ ବାର୍ ଆସୋସିଏସନ୍ ର ପୂର୍ବତନ ସଭାପତି ଅଜୟ କୁମାର ରାୟଙ୍କ ସହ ଜଗନ୍ନାଥ ବେହେରା,କମଳ କୁମାର ରାୟ, ରମେଶ ଚନ୍ଦ୍ର ଖଟେଇ, ବିଶ୍ଵଜିତ ଧଳ,ପ୍ରଶାନ୍ତ ପ୍ରଧାନ ,କବିତା ମାଝୀ, ସୁବ୍ରତ କୁମାର ସିଂହ,ଦେବୀ ପ୍ରସନ୍ନ ମାଲୁ ,ଜିତେନ୍ଦ୍ର ଜେନା, ଏସ୍.ତେଜେଶ୍ଵର ଆଚାରୀ ,ଆନ୍ଥୋନୀ ଜଗଦ୍ଦେବଙ୍କ ସହ ଏକାଧିକ ସଦସ୍ୟ ଯୋଗଦେଇଥିଲେ।

Post a Comment

0 Comments

Please Select Embedded Mode To show the Comment System.*