ଆସନ୍ତାକାଲି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ କ’ଣ ଖୋଲା ଓ ବନ୍ଦ ଜାଣନ୍ତୁ !

utkalnews7
By
0


ଭୁବନେଶ୍ୱର, ୦୮/୦୭ : ଆସନ୍ତା କାଲି ୧୭ ଜୁଲାଇ ୨୦୨୫ରେ ଶାନ୍ତିପୂର୍ଣ୍ଣ ଓଡ଼ିଶାରେ ବନ୍ଦ ଡାକରା ଦେଇଛନ୍ତି କଂଗ୍ରେସ ଓ ବାମପନ୍ଥୀ ଦଳ ସମେତ ୭ଟି ରାଜନୈତିକ ଦଳ । ବାଲେଶ୍ୱର ଫକୀରମୋହନ ସ୍ବୟଂ ଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ ଘଟଣାରେ ନ୍ୟାୟିକ ତଦନ୍ତ ଦାବି କରି ଏହି ବନ୍ଦ ଡାକରା ଦିଆଯାଇଛି। ଆସନ୍ତାକାଲି ଅଖ ଚକ ବନ୍ଦ କରିବ କଂଗ୍ରେସ। ଗାଡ଼ି ମୋଟର ଚଳାଚଳ ବନ୍ଦ ରହିବ। ସେହିପରି ସ୍କୁଲ୍ କଲେଜ୍, ଦୋକାନ ବଜାର ଓ ବ୍ୟବସାୟିକ ପ୍ରତିଷ୍ଠାନ ମଧ୍ୟ ବନ୍ଦ ରହିବ। ବନ୍ଦ ପାଳନ ବେଳେ ମେଡିକାଲ୍, ମେଡିସିନ୍ ଷ୍ଟୋର, ଆମ୍ବୁଲାନ୍ସ ଭଳି ସ୍ବାସ୍ଥ୍ୟ ସେବା ଭଳି ଜରୁରିକାଳୀନ ସେବା ଜାରି ରହିବ। ଆସନ୍ତାକାଲି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛିନ୍ତି କଂଗ୍ରେସ ସହ ଅନ୍ୟ ୭ଟି ରାଜନୈତିକ ଦଳ ।

Post a Comment

0 Comments

Please Select Embedded Mode To show the Comment System.*