ଛାତ୍ରୀ ମୃତ୍ୟୁ ନେଇ ଭୁବନେଶ୍ବରରେ ତୁମୁଳ କାଣ୍ଡ, ପୋଲିସ ଓ ବିଜେଡି କର୍ମୀ ମୁହାଁମୁହିଁ : ପାଣିମାଡ, ଲୁହବୁହା ବାଷ୍ପ ପ୍ରୟୋଗରେ ବିଜେଡ଼ି ନେତା ଓ କର୍ମୀ ଆହାତ ।

utkalnews7
By
0


ଭୁବନେଶ୍ବର,୧୬।୭,(ଉତ୍କଳ ନ୍ୟୁଜ୍୭): ଛାତ୍ରୀ ମୃତ୍ୟୁ ନେଇ ଭୁବନେଶ୍ବରରେ ତୁମୁଳ କାଣ୍ଡ, ବିଜେଡି ନେତା, କର୍ମୀ ଓ ପୋଲିସ ମୁହାଁମୁହିଁ ପାଣିମାଡ, ଲୁହବୁହା ବାଷ୍ପ ପ୍ରୟୋଗରେ ଅନେକ ଆହତ।ବାଲେଶ୍ବର ଛାତ୍ରୀ ମୃତ୍ୟୁ ନେଇ ଆଜି ଭୁବନେଶ୍ବରର ପିଏମଜି ଛକରେ ତୁମୁଳ କାଣ୍ଡ ଘଟିଛି। ପୋଲିସ ଏବଂ ବିଜେଡି କର୍ମିଙ୍କ ମଧ୍ୟରେ ଧସ୍ତଧସ୍ତି ଆରମ୍ଭ ହୋଇଯାଇଛି। ଫଳରେ ପୋଲିସ ପ୍ରଥମେ ପାଣି ମାଡ ଏବଂ ପରେ ଲୁହବୁହା ବାଷ୍ପ ପ୍ରୟୋଗ କରିଛି। ଫଳରେ ଆନ୍ଦୋଳନକାରୀମାନେ ସେହି ସ୍ଥାନରୁ ଛତ୍ରଭଙ୍ଗ ଦେଇଛନ୍ତି। ତେବେ ଏହି ଲୁହବୁହା ବାଷ୍ପ ପ୍ରୟୋଗରେ କେତେକ ଆହତ ହୋଇଥିବାର ଜଣାପଡିଛି। ପୋଲିସ ବହୁ ବିଜେଡି ନେତା ଓ କର୍ମିଙ୍କୁ ଗିରଫ କରିଛି।ଲୋକସେବା ଭବନ ଘେରାଉ କରିବ ବୋଲି ଗତକାଲି ବିଜେଡି ଘୋଷଣା କରିଥିଲା। ମୃତ ଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ ନେଇ ଏହି ଆନ୍ଦୋଳନ ହେବ ବୋଲି ଘୋଷଣା ହୋଇଥିଲା। ସେହି ଅନୁସାରେ ଆଜି ସକାଳୁ ବିଜେଡିର ବଡବଡ ନେତାଙ୍କ ସହିତ ହଜାର ହଜାର କର୍ମି ମାଷ୍ଟରକ୍ୟାଣ୍ଟିନ ଛକରେ ଏକାଠି ହୋଇଥିଲେ। ସେମାନେ ମୁଖ୍ୟମନ୍ତ୍ରୀ ଶିକ୍ଷା ମନ୍ତ୍ରୀ ଇସ୍ତଫା ଦାବୀ ସ୍ଲୋଗାନ କରି ଲୋକସେବା ଭବନ ଆଡକୁ ମାଡି ଆସିଥିଲେ।ତେବେ ପୋଲିସ ଏ ନେଇ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଥିଲା। ବିଜେଡି କର୍ମିମାନେ ପ୍ରଥମ ବ୍ୟାରିକେଡ ଭାଙ୍ଗି ଆଗକୁ ମାଡି ଆସିଥିଲେ। ଏହାପରେ ପୋଲିସ ସଜାଗ ହୋଇଯାଇଥିଲା। ଏହାପରେ ଆନ୍ଦୋଳନକାରୀମାନେ ଆଗକୁ ଆଗକୁ ମାଡି ଆସି ଦ୍ବିତୀୟ ବ୍ୟାରିକେଡ ନିକଟରେ ପହଞ୍ଚିଥିଲେ। ତେବେ ପୋଲିସ ତାଙ୍କୁ ଛାଡି ନ ଥିଲା। ଫଳରେ ପୋଲିସ ଆନ୍ଦୋଳନକାରୀଙ୍କ ମଧ୍ୟରେ ଧସ୍ତଧସ୍ତି ହୋଇଥିଲା।କିଛି ସମୟ ପରେ ପୋଲିସ ଉଗ୍ରରୂପ ଧାରଣ କରି ଆନ୍ଦୋଳନକାରୀଙ୍କ ଉପରକୁ ପାଣିମାଡ କରିଥିଲା। ଏଥିରେ କେତେକ କର୍ମୀ ଛତ୍ରଭଙ୍ଗ ଦେଇଥିଲେ ମଧ୍ୟ ଅନ୍ୟମାନେ ଆଗକୁ ବଢିଥିଲେ। ଫଳରେ ପୋଲିସ ଲୁହବୁହା ବାଷ୍ପ ପ୍ରୟୋଗ କରିଥିଲେ। ଫଳରେ ବହୁ ବିଜେଡି କର୍ମି ଏଥିରେ ଆହତ ହୋଇଥିବାର ସୂଚନା ମିଳିଛି। ତଥାପି ଆନ୍ଦୋଳନକାରୀମାନେ ନଛୋଡବନ୍ଧ ହୋଇପଡିଥିଲେ।ଏହାପରେ ପୋଲିସ ବିଜେଡି ନେତାମାନଙ୍କୁ ଉଠାଇ ନେବାର କାର୍ଯ୍ୟ ଆରମ୍ଭ କରିଥିଲା। ଏଥିରେ ପୋଲିସ ଦେବୀ ମିଶ୍ର, ଅରୁଣ ସାହୁ, ଇପସିତା ସାହୁ, ସଂଜୟ ଦାସବର୍ମା ପ୍ରମୁଖଙ୍କୁ ଗିରଫ କରିଛି। ତେବେ ଏ ପର୍ଯ୍ୟନ୍ତ ସେଠାରେ ଉତ୍ତେଜନା ଲାଗି ରହିଥିବା ଜଣାପଡିଛି।

Post a Comment

0 Comments

Please Select Embedded Mode To show the Comment System.*