ପିମ୍ପଲରେ ବଜ୍ରାଘାତ ବିଲରେ ଟଳିପଡ଼ିଲେ : କୃଷକ ।

utkalnews7
By
0


ରଣପୁର,୧୨।୭,(ଉତ୍କଳ ନ୍ୟୁଜ୍୭): ଗାଁ ଗହଳିରେ ଦିନକୁ ଦିନ କମିବାରେ ଲାଗିଛି ତାଳଗଛ ସଂଖ୍ୟା । ହେଲେ ସରକାରଙ୍କ ଡିଜିଟାଲ ଯୁଗରେ ଗାଁ ଠୁ ସହର ସବୁଠି ବଢିବାରେ ଲାଗିଛି ମୋବାଇଲ୍ ଟାୱାର । ଏହି ମୋବାଇଲ୍ ଟାୱାର ବଢିବା ସଙ୍ଗେ ସଙ୍ଗେ ବଢ଼ିବାରେ ଲାଗିଛି ବଜ୍ରାଘାତ। ଯେତେ ସତର୍କତା ହେଲେ ମଧ୍ୟ ବଜ୍ରାଘାତରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି।ଆଜି ଅପରାହ୍ନରେ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ପିମ୍ପଲ ଗ୍ରାମର ଦାଶରଥି ରାଉତରାୟ ଓରଫ୍ ଦାସିଆ (୫୫) ଜମିକୁ ଧାନ ରୋଇବା ପାଇଁ ଯାଇଥିଲେ। ବଜ୍ରାଘାତରେ ମୃତ୍ୟୁ ବରଣ କରିଥିଲେ। କିନ୍ତୁ ସନ୍ଧ୍ୟା ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ଘର ଲୋକେ ଜମି ଆଡ଼େ ଖୋଜିବାକୁ ଯାଇଥିଲେ। ଜମିରେ ଅଚେତ ଅବସ୍ଥାରେ ପଡ଼ିଥିବା ଦେଖି ରଣପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ। ଡାକ୍ତର ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରି ମୃତ ଘୋଷଣା କରିଥିଲେ। ଖବର ଲେଖା ହେଲା ବେଳକୁ ଶବ ପଞ୍ଚନାମା ହୋଇ ନ ଥିବା ଜଣାପଡିଛି। ଦାଶରଥିଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସେ ଜଣେ ଗରିବ କୃଷକ ହୋଇଥିବାରୁ ସରକାରୀ ସହାୟତା ପାଇଁ ସାଧାରଣରେ ଦାବୀ ହେଉଛି।

Post a Comment

0 Comments

Please Select Embedded Mode To show the Comment System.*