ସ୍ୱାସ୍ଥ୍ୟ ଗତ କାରଣରୁ ଇସ୍ତଫା ଦେଲେ ଉପରାଷ୍ଟ୍ରପତି : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପଠାଇଲେ ଇସ୍ତଫା ପତ୍ର ।

utkalnews7
By
0


ନୂଆଦିଲ୍ଲୀ, ୨୧/୦୭: ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ସ୍ବାସ୍ଥ୍ୟଗତ କାରଣରୁ ସେ ପଦରୁ ଇସ୍ତଫା ଦେଇଛନ୍ତି। ସୋମବାର ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଏକ ଚିଠି ଲେଖି ଇସ୍ତଫା ଦେଇଛନ୍ତି। ଜଗଦୀପ ଧନଖଡ଼ ୨୦୨୨ ମସିହାରୁ ଉପରାଷ୍ଟ୍ରପତି ଭାବେ କାର୍ଯ୍ୟ କରୁଥିଲେ ଏବଂ ରାଜ୍ୟସଭାର ଅଧ୍ୟକ୍ଷ ଭାବେ ମଧ୍ୟ ଦାୟିତ୍ବ ତୁଲାଇଥିଲେ। ସେ ତାଙ୍କ ଚିଠିରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ  ଏବଂ ସାଂସଦମାନଙ୍କୁ ସେମାନଙ୍କ ସମର୍ଥନ ଓ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି। ସେ ଭାରତର ଅର୍ଥନୈତିକ ପ୍ରଗତି ଏବଂ ବିକାଶରେ ସାମିଲ ହେବାକୁ ପାଇ ଗର୍ବିତ ବୋଲି ମଧ୍ୟ ଉଲ୍ଲେଖ କରିଛନ୍ତି।



Post a Comment

0 Comments

Please Select Embedded Mode To show the Comment System.*