ଆଉ ବୋଟଲ୍ ରେ ମିଳିବନି ପେଟ୍ରୋଲ : ପେଟ୍ରୋଲ ଡିଲର୍ସ ଆସୋସିଏସନର ନିଷ୍ପତ୍ତି ।

utkalnews7
By
0


ଭୁବନେଶ୍ୱର, ୨୦/୦୭: ଆସନ୍ତାକାଲି ଠାରୁ ଓଡ଼ିଶାରେ ଆଉ ବୋତଲରେ ପେଟ୍ରୋଲ ବିକ୍ରି ହେବ ନାହିଁ ବୋଲି ପେଟ୍ରୋଲ ଏନେଇ ସୂଚନା ଦେଇଛନ୍ତି ଡିଲର୍ସ ଆସୋସିଏସନର ରାଜ୍ୟ ସଭାପତି ଶଶାଙ୍କ ଶେଖର ସାହୁ ।ପେଟ୍ରୋଲ ଡିଲର୍ସ ଆସୋସିଏସନର ସଭାପତିଙ୍କ ସୂଚନା ଅନୁଯାୟୀ, ଗତକାଲି ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ବୋତଲରେ ଇନ୍ଧନ ବିକ୍ରୟ କିମ୍ବା ଉପଲବ୍ଧ ନ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା। କୌଣସି ପରିସ୍ଥିତିରେ ବି କାହାକୁ ବୋତଲରେ ଇନ୍ଧନ ଦିଆଯିବ ନାହିଁ, କିନ୍ତୁ ଜରୁରୀ ପରିସ୍ଥିତିରେ ଗ୍ରାହକମାନଙ୍କୁ ଇନ୍ଧନ ପମ୍ପରେ ସେମାନଙ୍କର ଆଧାର କାର୍ଡ ଦାଖଲ କରିବାକୁ ପଡିବ।ବାଲେଶ୍ୱର ଜିଲ୍ଲାର ଫକୀର ମୋହନ ସ୍ୱୟଂଶାସିତ କଲେଜର ସମ୍ପ୍ରତି ଘଟିଥିବା ଘଟଣାକୁ ଦୃଷ୍ଟିରେ ରଖି ବୋତଲରେ ପେଟ୍ରୋଲ ବିକ୍ରୟ ନ କରିବାକୁ ନିଷ୍ପତ୍ତି ନିଆଯାଇଛି।

Post a Comment

0 Comments

Please Select Embedded Mode To show the Comment System.*