ଚିଲିକା ନିର୍ବାଚନ ମଣ୍ଡଳୀରେ ବନ୍ଦ ଡାକରା ର ଆଂଶିକ ପ୍ରଭାବ l

utkalnews7
By
0

ଚିଲିକା/ବାଲୁଗାଁ,୧୭।୭,(ଉତ୍କଳ ନ୍ୟୁଜ୍୭) : ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀ ଚିଲିକା - ବାଣପୁର ଅଞ୍ଚଳରେ କଂଗ୍ରେସ ଓ କମ୍ୟୁନିଷ୍ଟ ପାର୍ଟି ତରଫରୁ ବନ୍ଦ କରାଯାଇଛି l ବିଭିନ୍ନ ସ୍କୁଲ, ଅଫିସ, ବ୍ୟାଙ୍କ, ମଲ ସମେତ ଦୋକାନ ବଜାର ବନ୍ଦ କରାଯାଉଥିବା ବେଳେ ଏହାର ଆଂଶିକ ପ୍ରଭାବ ଦେଖିବାକୁ ମିଳିଛି l 


ତଥାପି ମୋଟର ଗାଡ଼ି ସ୍ୱାଭାବିକ ଭାବେ ଚଳାଚଳ ଚାଲିଥିବା ଜଣାପଡିଛି l କମ୍ୟୁନିଷ୍ଟ ପାଟି ତରଫରୁ ଶରତ ଚନ୍ଦ୍ର ବରାଳ, ମୁରଲୀ ବେହେରା ମୁଖ୍ୟ ଭାବରେ ଦଳର କର୍ମୀଙ୍କୁ ନେଇ ବନ୍ଦ ପାଳନ କରୁଥିବା ବେଳେ କଂଗ୍ରେସ ଦଳର ବିଧାୟକ ପାର୍ଥୀ ପ୍ରଦୀପ ସ୍ୱାଇଁଙ୍କ ଆହ୍ୱାନ କ୍ରମେ କଂଗ୍ରେସ କର୍ମୀ ମାନେମିଳିତ ହୋଇ ଓଡିଶା ବନ୍ଦ ଡାକରାରେ ବାଣପୁର ,ବାଲୁଗାଁ, ନାଚୁଣୀ, ଗମ୍ଭାରୀମୁଣ୍ଡା ଓ ଚିଲିକା ଅଞ୍ଚଳକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଆଗେଇ ଆସି ଓଡିଶା ବନ୍ଦ କାର୍ଯ୍ୟକ୍ରମ ଚାଲୁ ରହିଛି କିନ୍ତୁ ଏହାର ଆଂଶିକ ପ୍ରଭାବ ଦେଖିବାକୁ ମିଳିଛି l ଏହି ବନ୍ଦ ଡାକରାରେ କାଳେ କୌଣସି ଅଘଟଣ ଘଟିବ ସେଥିପାଇଁ ପୋଲିସ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇ ସଜାଗ ରହିଛନ୍ତି l

Post a Comment

0 Comments

Please Select Embedded Mode To show the Comment System.*