ନୂଆଁଖାଇକୁ ନେଇ ଉତ୍ସବମୁଖର : ପଶ୍ଚିମ ଓଡ଼ିଶା ।

utkalnews7
By
0


ସମ୍ବଲପୁର,୨୮।୦୮,(ଉତ୍କଳ ନ୍ୟୁଜ୍୭): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏହି ପର୍ବ ମା’ ଓ ମାଟିର ପର୍ବ, କୃଷି ଏବଂ କୃଷକଙ୍କର ପର୍ବ। ନୂଆଁଖାଇ ପାଇଁ ଉତ୍ସବମୁଖର  ପଶ୍ଚିମ ଓଡ଼ିଶା ।ନୂଆଁଖାଇ ଅବସରରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ସମଲେଶ୍ୱରୀଙ୍କ ପାଖରେ ସକାଳ ୧୦ଟା ୩୩ରୁ ୧୦ଟା ୫୫ ମିନିଟ ମଧ୍ୟରେ ନବାନ୍ନ ଲାଗି ହେବ। ଏହାପରେ ଅନ୍ୟ ଦେବଦେବୀଙ୍କ ମନ୍ଦିରରେ ନବାନ୍ନ ଲାଗି ହେବାପରେ ପଶ୍ଚିମ ଓଡ଼ିଶାବାସୀ ଘରେ ଘରେ ନୂଆ ଖାଇବେ। ନୂଆ ବସ୍ତ୍ର ପରିଧାନ ସାଙ୍ଗକୁ ନାଚ ଗୀତ ଆସର ଜମିଛି ।


ନୂଆଁଖାଇ ପୂର୍ବଦିନ ମା’ ଙ୍କ ପାଖରେ ନବାନ୍ନ ଲାଗି ପାଇଁ ପହଞ୍ଚି ଥିଲା ପାହୁର ଭାର। ଏହି ପରମ୍ପରା ସମ୍ପୂର୍ଣ୍ଣ ନିଆରା। ଏହି ଭାରରେ ମା’ଙ୍କ ମନ୍ଦିରରେ ନବାନ୍ନ ଲାଗି ପାଇଁ ସମସ୍ତ ଜିନିଷ ରହିଥାଏ। ନୂଆ ଧାନ, କୁରେଇ ପତ୍ର, ପଞ୍ଚାମୃତ, ମା’ଙ୍କ ଲାଗି ଚୁଡ଼ି, ଗହଣା, ଶାଢ଼ି ଏବଂ ପନିପରିବା ଆଦି ମା’ ସମଲେଶ୍ୱରୀଙ୍କ ସମେତ ସମସ୍ତ ଦେବଦେବୀଙ୍କ ମନ୍ଦିରକୁ ମଧ୍ୟ ପାହୁର ଭାର ଯାଇଥାଏ।ଚଳିତ ବର୍ଷ ଧୁମଧାମରେ ନୂଆଁଖାଇ ପାଳିବାକୁ ଲୋକଙ୍କ ମଧ୍ୟରେ ଭରପୁର ଉତ୍ସାହ ଦେଖିବାକୁ ମିଳିଛି। ନୂଆ ବସ୍ତ୍ର ପିନ୍ଧି ପଶ୍ଚିମ ଓଡ଼ିଶା ବାସିନ୍ଦା ନୂଆଁଖାଇ ପାଳନ କରିବେ ପରସ୍ପରକୁ କହିବେ ନୂଆଁଖାଇ ଜୁହାର।ବାହାରେ ରହିଥିବା ଲୋକେ ଘରକୁ ଫେରିଛନ୍ତି। ବନ୍ଧୁବାନ୍ଧବ ମଧ୍ୟ ଘରକୁ ଆସିଛନ୍ତି। ଯାହାକୁ ନେଇ ଉତ୍ସବ ମୁଖର ପଶ୍ଚିମ ଓଡ଼ିଶାର ପୁରପଲ୍ଲୀ ।

Post a Comment

0 Comments

Please Select Embedded Mode To show the Comment System.*