ମଙ୍ଗଳାଯୋଡି ଗ୍ରାମର ବିଶିଷ୍ଟ ସମାଜସେବୀ ଉପେନ୍ଦ୍ର ପଟ୍ଟନାୟକଙ୍କ ୯୪ ବର୍ଷ ରେ ପରଲୋକ ।

utkalnews7
By
0



ଟାଙ୍ଗୀ,୨୩/୮,(ଉତ୍କଳ ନ୍ୟୁଜ୍ ୭): ଭୁବନେଶ୍ବର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ୍ ମଙ୍ଗଳାଯୋଡି ଗ୍ରାମର ବିଶିଷ୍ଟ ସମାଜସେବୀ ଉପେନ୍ଦ୍ର ପଟ୍ଟନାୟକଙ୍କ ୯୪ ବର୍ଷ ବୟସ ରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ଘଟିଛି। ବାର୍ଦ୍ଧକ୍ୟ ଜନିତ ପିଡା ଥିଲେ ମଧ୍ୟ ସେ ଶାରୀରିକ ସୁସ୍ଥ ଥିଲେ। ହଠାତ ପରିସ୍ରା ବନ୍ଦ ଯୋଗୁ ଅସୁସ୍ଥ ଅନୁଭବ କରିବା ପରେ ତାଙ୍କୁ ଆଶୁ ଚିକିତ୍ସା ଯୋଗାଇ ଦେବା ପାଇଁ ପ୍ରଥମେ ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଶୁକ୍ରବାର ସକାଳେ ଭର୍ତି କରାଯାଇଥିଲା। ତେବେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ କୌଣସି ପରିବର୍ତ୍ତନ ନହେବାରୁ ଅଧିକ ଚିକିତ୍ସା ପାଇଁ ଡାକ୍ତର ତାଙ୍କୁ ଭୁବନେଶ୍ବର ଏମସ୍ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିଲେ। ତେବେ ସେଠାରେ ଆଇସିୟୁର ବ୍ୟବସ୍ଥା ଉପଲବ୍ଧ ନହେବାରୁ ଏକ ଘରୋଇ ଡାକ୍ତରଖାନା ରେ ଚିକିତ୍ସା ପାଇଁ ଭର୍ତି କରାଯାଇଥିଲେ ମଧ୍ୟ ତାଙ୍କର ଗତକାଲି ରାତି ଗୋଟାଏ ସମୟରେ ପରଲୋକ ଘଟିଥିଲା। ତାଙ୍କ ମରଶରୀର ଗ୍ରାମରେ ପହଞ୍ଚିବା ପରେ ହରିନାମ, ସଂକୀର୍ତ୍ତନ ଧ୍ବନିରେ ତାଙ୍କୁ ମଙ୍ଗଳାଯୋଡି ଅଞ୍ଚଳ ପରିକ୍ରମା କରାଯାଇ ପୁରୀ ସ୍ବର୍ଗଦ୍ବାର ଠାରେ ଅନ୍ତିମ ସଂସ୍କାର କରାଯାଇଥିବା ଜଣାପଡିଛିା ସ୍ବର୍ଗତ ପଟ୍ଟନାୟକ ଏ ଅଞ୍ଚଳରେ ରେ ଜଣେ ଜଣାଶୁଣା ,ସମ୍ମାନନୀୟ,ପରୋପକାରୀ,ଅତ୍ୟନ୍ତ ସରଳ ବ୍ୟକ୍ତି ଥିଲେ। ସେ ମଧ୍ୟ ଜଣେ ଜଣାଶୁଣା ରାଜନେତା ତଥା ରାଜନୀତିରେ ଚାଣକ୍ୟ ଭାବେ ପରିଚିତ ଏପରିକି ସମସ୍ତ ଙ୍କର ଆଦରଣୀୟ ମଧ୍ୟ ଥିଲେ। ମଙ୍ଗଳାଯୋଡି ସରପଞ୍ଚ ମାନସ ରଂଜନ ସାମନ୍ତରାୟ,ସର୍ବେଶ୍ୱର ସାହୁ,ପ୍ରଭାତ ସାମନ୍ତରାୟ,ପ୍ରଶନ୍ନ ତରେଇଙ୍କ ସମେତ ଅଞ୍ଚଳର ଶତାଧିକ ଶୁଭେଛୁ ଶୋକ ବ୍ୟକ୍ତ କରିବା ସହ ଅନ୍ତିମ ଦର୍ଶନ କରିଥିଲେ। ପୁତ୍ର ଉମେଶ ଚନ୍ଦ୍ର ପଟ୍ଟନାୟକ ମୁଖାଗ୍ନି ପ୍ରଦାନ କରିଥିଲେ।

Post a Comment

0 Comments

Please Select Embedded Mode To show the Comment System.*