ବିଜୁ ଜନତା ଦଳର ୨୯ତମ ପ୍ରତିଷ୍ଠା ଦିବସ : ଶହେ ବର୍ଷ ପର୍ଯ୍ୟନ୍ତ ବିଜେଡି ଓଡିଶାବାସୀଙ୍କ ସ୍ଵର ହୋଇ ରହିବ : ନବୀନ।

utkalnews7
By
0

ବିଜୁ ଜନତା ଦଳର ୨୯ତମ ପ୍ରତିଷ୍ଠା ଦିବସ : ଶହେ ବର୍ଷ ପର୍ଯ୍ୟନ୍ତ ବିଜେଡି ଓଡିଶାବାସୀଙ୍କ ସ୍ଵର ହୋଇ ରହିବ : ନବୀନ।



ଭୁବନେଶ୍ୱର, ୨୬/୧୨(ନିପ୍ର): ଆଜି ଶଙ୍ଖ ଭବନରେ ବିଜୁ ଜନତା ଦଳ ୨୯ ତମ ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ବିପୁଳ ଉତ୍ସାହ ସହ ପାଳିତ ହୋଇ ଯାଇଛି । ଏହି ଅବସରରେ ଉପସ୍ଥିତ ନେତା ଓ କର୍ମୀମାନଙ୍କୁ ଉଦ‌ବୋଧନ ଦେଇ ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ କହିଲେ ଯେ ଗଣତନ୍ତ୍ରରେ ହାରଜିତ ରହିଛି। କିନ୍ତୁ କିଛି ଲୋକ ଓ କିଛି ଦଳ ଏବେ ବିଜୁ ଜନତା ଦଳକୁ ନେଇ ଅପପ୍ରଚାର କରୁଛନ୍ତି । ବିଜୁ ଜନତା ଦଳ ଭାଙ୍ଗିଯିବ ଇତ୍ୟାଦି ନାନା ଗୁଜବ ମଧ୍ଯ ସୃଷ୍ଟି କରା ଯାଉଛି । କିନ୍ତୁ ସେମାନେ ଜାଣି ରଖିବା ଉଚିତ ଯେ ବିଜୁ ଜନତା ଦଳ ଓଡ଼ିଶାବାସୀଙ୍କ ଦଳ। ସାଢେ଼ ଚାରି କୋଟି ଓଡିଶାବାସୀଙ୍କ ଆଶା ଆକାଂକ୍ଷା ଓ ସ୍ଵାଭିମାନ ସହ ବିଜେଡି ଜଡିତ । ବିଜେଡି ରହିଛି ଏବଂ ଆଗାମୀ ଶହେ ବର୍ଷ ପର୍ଯ୍ୟନ୍ତ ବିଜେଡି ଓଡିଶାବାସୀଙ୍କ ସ୍ଵର ହୋଇ ରହିବ ବୋଲି ଶ୍ରୀ ପଟ୍ଟନାୟକ ଦୃଢୋକ୍ତି ପ୍ରକାଶ କରିଥିଲେ । ବିଜୁ ଜନତା ଦଳକୁ ଏକ ସଫଳ ଆଞ୍ଚଳିକ ଦଳ ଭାବରେ ବର୍ଣନା କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ୧୯୯୭ରୁ ବିଜେଡି ବିଜୁ ବାବୁଙ୍କ ଆଦର୍ଶ ରେ ଓଡିଶାବାସୀଙ୍କ ସେବା କରି ଚାଲିଛି । ୨୦୦୦ ରୁ ୨୦୨୪ ପର୍ଯ୍ୟନ୍ତ ବିଜେଡି ଶାସନ ଥିଲା ଓଡିଶାର ବିକାଶ ଇତିହାସ ସୁବର୍ଣ୍ଣ ଯୁଗ। ଦାରିଦ୍ର୍ୟ, କ୍ଷୁଧା, ଶିଶୁ ମୃତ୍ୟୁ ଓ ପ୍ରାକୃତିକ ବିପରି ସହ ଲଢ଼ିଛୁ । ସଫଳ ମଧ୍ୟ ହୋଇଛୁ। ଓଡିଶାକୁ ନୂଆ ପରିଚୟ ଦେଇଛୁ। ମା' ମାନଙ୍କୁ ସଶକ୍ତ କରିଛୁ। ଚାଷୀଙ୍କ ରୋଜଗାର ବୃଦ୍ଧି କରିଛୁ । ମାଗଣା ସ୍ଵାସ୍ଥ୍ୟ ସେବା ଦେଇଛୁ। ରାଜ୍ୟକୁ ପୁଞ୍ଜି ଆଣିଛୁ। ଯୁବ ସମାଜକୁ ନିଯୁକ୍ତି ଦେଇଛୁ। ଓଡିଶାକୁ ବିଜେଡି ସରକାର ନୂଆ ପରିଚୟ ଦେଇଛି। ଯୁବ ସମାଜକୁ ଦଳର ଅମୂଲ୍ୟ ସମ୍ପତ୍ତି ଭାବରେ ବର୍ଣ୍ଣନା କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ସେବା, ସଂଗ୍ରାମ ଓ ସ୍ଵାଭିମାନ ବିଜେଡିର ମନ୍ତ୍ର । ବିକାଶ ଆମର ପରିଚୟ । ତେଣୁ ବିଜେଡିର ଯୁବ ବନ୍ଧୁମାନେ ସକ୍ରିୟ ରହିବା ସହ ଦଳ ବିରୁଦ୍ଧରେ ଚାଲିଥିବା ଅପପ୍ରଚାରର ଫଳପ୍ରଦ ମୁକାବିଲା କରିବାକୁ ବିଜେଡି ସଭାପତି ଆହ୍ୱାନ ଜଣାଇଥିଲେ।

Post a Comment

0 Comments

Please Select Embedded Mode To show the Comment System.*