ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ।

utkalnews7
By
0

 


ଟାଙ୍ଗୀ,୨୬।୧୨,(ଉତ୍କଳ ନ୍ୟୁଜ୍ ୭) : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ୍ ବଡ଼ପୋଖରିଆ ନିକଟସ୍ଥ ମା'ବାଉତି ଠାକୁରାଣୀଙ୍କ ପୀଠ ପରିସରରେ ଟାଙ୍ଗୀ ବଳରାମ ଦେବ ବିଦ୍ୟାପୀଠ ୧୯୮୩ମସିହା ମ୍ୟାଟ୍ରିକ ଜୁନିଅର ବ୍ୟାଚର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ଲକ, ଜିଲ୍ଲା ଓ ଜିଲ୍ଲା ବାହାରେ ରହୁଥ‌ିବା ବନ୍ଧୁମାନେ ଯୋଗ ଦେଇଥିଲେ। ପରସ୍ପର ମଧ୍ୟରେ ଭାବର ଆଦାନ ପ୍ରଦାନ କରିବା ସହ ପ୍ରତ୍ୟେକ ସମୟରେ ପରସ୍ପରର ସହଯୋଗ କରିବା ନେଇ ଶପଥ ପାଠ କରିଥିଲେ।ଆୟୋଜିତ କାର୍ଯ୍ୟକ୍ରମରେ ପୁରାତନ ଛାତ୍ରମାନ ଏକତ୍ରିତ ହୋଇ ବନ୍ଧୁମିଳନ ଉତ୍ସବ ଟିକୁ ମହାଆନନ୍ଦ ଉଲ୍ଲାସର ସହ ପାଳନ କରିଛନ୍ତି। ଆୟୋଜିତ କାର୍ଯ୍ୟକ୍ରମ ପୂର୍ବରୁ ସହପାଠୀ ନିତ୍ୟାନନ୍ଦ ବେହେରାଙ୍କ ବିୟୋଗରେ ୨ମିନିଟ୍ ନିରବ ପ୍ରାର୍ଥନା କରିଯାଇଥିଲା । 


ବେଣୁଧର ବେହେରାଙ୍କ ଆବାହକତ୍ବରେ ଆୟୋଜିତ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ କିଶୋର ପଟ୍ଟନାୟକ, ଅଶ୍ଵିନୀ ମହାନ୍ତି, ନିରଞ୍ଜନ ଦାସ,ଜଗଜିତ୍ ରାଉତରାୟ,ତପନ ମହାନ୍ତି,ସୁପର ବୋନ ପିନାକୀନ୍, ସର୍ବେଶ୍ଵର ସାହୁ,ଅରୁଣ ସାହୁ, ଜନ୍ମେଜୟ ବଡ଼ଜେନା,ଗୈରହରୀ ଦାସ,ବିରଞ୍ଚି ମହାପାତ୍ର, ପଦ୍ମନାଭ ପାଲଟାସିଂହ ଓ ରମେଶ ମହାନ୍ତିଙ୍କ ସମେତ ୩୦ରୁ ଉର୍ଦ୍ଧ୍ବ ସହପାଠୀ ଆୟୋଜିତ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

Post a Comment

0 Comments

Please Select Embedded Mode To show the Comment System.*