୩୦ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷଙ୍କ ନାଁ ଘୋଷଣା ।

utkalnews7
By
0

 


ଭୁବନେଶ୍ଵର :  ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷଙ୍କ ନାଁ ହେଲା ଘୋଷଣା। ୪ ମନ୍ତ୍ରୀଙ୍କୁ ୪ ଜିଲ୍ଲାର ଯୋଜନା କମିଟି ଅଧ୍ୟକ୍ଷ ଦାୟିତ୍ବ ମିଳିଛି । ସେମାନେ ହେଲେ ସୁରେଶ ପୂଜାରୀ, ପୃଥ୍ବୀରାଜ ହରିଚନ୍ଦନ, ନିତ୍ୟାନନ୍ଦ ଗଣ୍ଡ ଓ କୃଷ୍ଣଚନ୍ଦ୍ର ପାତ୍ର । ଦେବଗଡ଼ ପାଇଁ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ନାଁ ଘୋଷଣା ହୋଇଛି । ସେହିପରି ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କୁ ଗଜପତି ଦାୟିତ୍ବ ଦିଆଯାଇଛି । ନିତ୍ୟାନନ୍ଦ ଗଣ୍ଡଙ୍କୁ ରାୟଗଡ଼ା ଓ ସମ୍ବଲପୁର ଜିଲ୍ଲା କମିଟି ଅଧ୍ୟକ୍ଷ ଭାବେ କୃଷ୍ଣଚନ୍ଦ୍ର ପାତ୍ରଙ୍କ ନାଁ ଘୋଷଣା କରାଯାଇଛି ।ବୌଦ୍ଧ ଜିଲ୍ଲା କମିଟି ପାଇଁ କହ୍ନେଇ ଚରଣ ଡାଙ୍ଗ, କଟକ ପାଇଁ ଛବି ମଲ୍ଲିକ, ଢେଙ୍କାନାଳ ଜିଲ୍ଲା କମିଟି ଅଧ୍ୟକ୍ଷ ଭାବେ ସୀମାରାଣୀ ନାୟକଙ୍କ ନାଁ ଘୋଷଣା ହୋଇଛି । ଗଂଜାମ ପାଇଁ ପୂର୍ଣ୍ଣଚନ୍ଦ୍ର ସେଠୀ, ଅମରେନ୍ଦ୍ର ଦାଶଙ୍କୁ ଜଗତସିଂହପୁର, ଯାଜପୁର ପାଇଁ ଆକାଶ ଦାଶନାୟକଙ୍କ ନାଁ ଘୋଷଣା ହୋଇଛି । ଅନୁଗୋଳ ଜିଲ୍ଲା ପାଇଁ ଅଶୋକ ମହାନ୍ତି, ବଲାଙ୍ଗୀର ପାଇଁ ଲକ୍ଷ୍ମଣ ବାଗ, ବାଲେଶ୍ବରର ପଦ୍ମଲୋଚନ ପଣ୍ଡା, ବରଗଡ଼ ପାଇଁ ଅଶ୍ବିନୀ ଷଡ଼ଙ୍ଗୀ, ଭଦ୍ରକ ପାଇଁ ସୀତାଂଶୁ ଶେଖର ମହାପାତ୍ରଙ୍କୁ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଭାବେ ଦାୟିତ୍ବ ମିଳିଛି । ଖୋର୍ଦ୍ଧା ପାଇଁ ପ୍ରଶାନ୍ତ ଜଗଦେବ, କୋରାପୁଟ ପାଇଁ ରଘୁରାମ ମାଛ, ମାଲକାନଗିରି ଜିଲ୍ଲା ପାଇଁ ନରସିଂହ ମାଡ଼କାମିଙ୍କ ନାଁ ଘୋଷଣା ହେଇଛି ।

Post a Comment

0 Comments

Please Select Embedded Mode To show the Comment System.*