ଖୋର୍ଦ୍ଧା,୧୯/୪(ଉତ୍କଳ ନ୍ୟୁଜ୍ ୭):ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ଖୋର୍ଦ୍ଧା ସମଗ୍ର ଶିକ୍ଷାର ଜିଲ୍ଲା ପ୍ରକଳ୍ପ ଅଧିକାରୀଙ୍କ ଅଫିସ ଅର୍ଡର ନଂ-୧୭୫୪/୧୯.୪.୨୦୨୬ମୁତାକ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସରକାରୀ,ସରକାରୀ ଅନୁଦାନ ପ୍ରାପ୍ତ,ଘରୋଇ ଶିକ୍ଷନୁଷ୍ଠାନର ଶିଶୁ ବାଟିକା ଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ୨୦.୪.୨୦୨୬ଠାରୁ ୨୩.୪.୨୦୨୬ପର୍ଯ୍ୟନ୍ତ ୪ଦିନ ଶିକ୍ଷା ଦାନ ବନ୍ଦ ରହିବ।ପଞ୍ଚମ ଓ ସପ୍ତମ ଶ୍ରେଣୀ ସପ୍ଲିମେଂଟାରୀ ପରୀକ୍ଷା ଠିକ୍ ଭାବରେ ପରିଚାଳିତ ହେବା ପାଇଁ ଶିକ୍ଷାନୁଷ୍ଠାନର ମୁଖ୍ୟ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ସ୍କୁଲ ଗୁଡିକରେ ପାନୀୟ ଜଳ, ଓଆରଏସ, ଫାଷ୍ଟ ଏଡ, ଆବଶ୍ୟକ ବାୟୁ ଚଳାଚଳର ବ୍ୟବସ୍ଥା ସହିତ ପରୀକ୍ଷାର୍ଥୀଙ୍କ ନିରାପତ୍ତା ପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ରହିଛି।
ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସ୍କୁଲ ଆସନ୍ତା କାଲି ଠାରୁ ୨୩ ପର୍ଯ୍ୟନ୍ତ ଛୁଟି ।
By
April 19, 2026
0

