ଖୋର୍ଦ୍ଧା, ୧୮।୪ (ଉତ୍କଳ ନ୍ୟୁଜ୍ ୭):ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଜଟଣା ବାଇପାସ ଓଭରବ୍ରିଜ ନିକଟ ଡଲପିନ୍ ହୋଟେଲରେ ସେକ୍ସ ରାକେଟ ଠାବ କରିଛି ପୁଲିସ ଓ ସ୍ପେଶାଲ ସ୍କାର୍ଡୋ ରାଣୀ ମହୁମାଛି ସମେତ ୪ଜଣ ଗ୍ରାହକ ଓ ୨ଜଣ ଦେହଜୀବୀଙ୍କୁ ଧରିଛି ପୁଲିସ | ଉକ୍ତ ହୋଟେଲର ମାଲିକ ଓ ମ୍ୟାନେଜର୍ ସମେତ ସମସ୍ତଙ୍କୁ ଥାନାରେ ଅଟକ ରଖ୍ ପଚରାଉଚୁରା କରୁଛି | ଅଟକ ୪ଗ୍ରାହକ ହେଲେ ଆଦର୍ଶ ଥାନା ଅନ୍ତର୍ଗତ ଗୁରୁଜଙ୍ଗ ନନ୍ଦସାହିର ରାକେଶ ମହାପାତ୍ର (୩୩), ବାଲେଶ୍ଵର ଅଞ୍ଚଳର ସଞ୍ଜିବ ତ୍ରୀବେଦୀ (୩୧), ଯାଜପୁର ଅଞ୍ଚଳର ଜମାକାନ୍ତ ଗୁରୁ (୩୨) ଓ ଜଙ୍କିଆ ଅଞ୍ଚଳର ଦୀପକ ମାଝି (୩୦) ।ପ୍ରକାଶ ଥାଉକି, ଏହି ହୋଟେଲ ଟି ଜଟଣା ବାଇପାସ ଓଭରବ୍ରିଜ ଠାରୁ ପିତାପନ୍ତା ଅଭିମୁଖେ ପ୍ରାୟ ୧୦୦ମି ଗଳାବେଳେ ବାମ ପାର୍ଶ୍ଵରେ ରହୁଛି। ଜନଗହଳୀପୂର୍ଣ ରାସ୍ତା ହୋଇନଥିବାରୁ କାହାରି ନଜରକୁ ଆସିବାକୁ ଟିକେ ସମୟ ଲାଗୁଥିବାବେଳେ ଏହାର ସୁଯୋଗ ନେଇ ୩ମହଲା ବିଶିଷ୍ଟ ଏହି ହୋଟେଲ ରେ ଚାଲିଥିଲା ସେକ୍ସ ରାକେଟ୍ ଧରା ହୋଇଥିବା କିଙ୍ଗପିନ୍ ତଥା ରାଣୀ ମହୁମାଛି ମାଲିକ ଓ ମ୍ୟାନେଜରଙ୍କ ସମ୍ପର୍କରେ ରହି ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଯୁବତୀ ମାନଙ୍କୁ ଆଣି ଏଠାରେ ରାକେଟ ଚଳାଇଥିଲେ।ପ୍ରଥମେ ପ୍ରଥମେ କେହି ସନ୍ଦେହ କରିନଥିଲେ। ମାତ୍ର ପରବର୍ତି ସମୟରେ ସେଠାକୁ ଲୋକଙ୍କ ଯିବା ଆସିବା ଲାଗି ରହିବା ଯୋଗୁଁ ସ୍ଥାନୀୟ ଲୋକେ ସନ୍ଦେହ କରିବା ଆରମ୍ଭ କରିଥିଲେ। ମାତ୍ର ସନ୍ଦେହ ଦୂର ଲାଗି ସମସ୍ତଙ୍କୁ ହୋଟେଲ ମାଲିକ ଗ୍ରାହକ ଏବଂ ସେ ନିଜେ ରହୁଥିବାରୁ ଆସୁଥିବା ଯୁବତୀମାନଙ୍କୁ ତାଙ୍କ ସମ୍ପର୍କିୟ ବୋଲି କହୁଥିବା ସ୍ଥାନୀୟ ଲୋକଙ୍କ ସୂତ୍ରରୁ ଜଣାଯାଇଛି । କିନ୍ତୁ ଭିନ୍ନ ଭିନ୍ନ ପିଲା ମୁହଁରେ ମାସ୍କ ଲଗାଇ ଯିବା ଆସିବା କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିଲା ।ଦୀର୍ଘଦିନ ଧରି ଚାଲିଥିଲା ବ୍ୟବସାୟ | ତେବେ କୌଣସି ସୂତ୍ରରୁ ଖରବପାଇ ଆଜି ସ୍ପେସାଲ ସ୍ୱାର୍ଡ ଓ ଶିଳ୍ପାଞ୍ଚଳ ପୁଲିସ ପକ୍ଷରୁ ଅପରାହ୍ନ ୩ଟାରେ ଡଲଫିନ୍ ହୋଟେଲରେ ଚଢଉ କରାଯାଇଥିଲା। ୩ମହଲା ବିଶିଷ୍ଟ ଏହି ହୋଟେଲ ବିଭିନ୍ନ ମହଲାରେ ରହିଥିବା ଭିନ୍ନ ଭିନ୍ନ ୩ଟି ରୁମ୍ ରେ ଚାଲିଥିଲା ଏହି ସେକ୍ସ ର୍ୟାକେଟ୍। ପ୍ରଥମେ ମଝି ମହଲାର ରୁମ ଆଗରେ ପହରା ଦେଉଥିବା କିଙ୍ଗପିନ୍ (ରାଣୀ ମହୁମାଛି) କୁ ପୁଲିସ କାବୁ କରିଥିଲେ। ତାର ବୟାନ ମୁତାବକ ରୁମ୍ ଖୋଜି ଗୋଟି ଗୋଟି ଧରିଥିଲେ । ଚଢଉ ସମୟରେ ପୁଲିସ ରୁମ୍ ଗୁଡିକ ଭିତରୁ ୨ଜଣ ଦେହଜୀବୀ ଏବଂ ୪ଜଣ ଗ୍ରାହକଙ୍କୁ ଅସଞ୍ଜତ ଅବସ୍ଥାରେ ଉଦ୍ଧାର କରିଥିଲେ | ଏଥିସହିତ ଅନେକ ଆପରିଜନକ ସାମଗ୍ରୀ ପୁଲିସ ଜବତ କରିଛି। ହୋଟେଲର ମାଲିକ ଓ ମ୍ୟାନେଜର ମୁଖ୍ୟ ଗେଟ ରେ ଜଗି ରହି ସ୍ଥିତି ପରଖୁଥିବାବେଳେ ଚଢଉ ଦେଖ୍ ଖସିବାକୁ ଉଦ୍ୟମ କରିଥିଲେ ହେଁ ସେମାନଙ୍କୁ ପୁଲିସ ଧରିଥିଲା | ପରେ ସେମାନଙ୍କ ସମେତ ଧରାପଡ଼ିଲେ ରାଣୀ ମହୁମାଛି ସମେତ ୪ ଗ୍ରାହକ, ୨ ଦେହଜୀବୀ ହୋଟେଲ ମ୍ୟାନେଜର ଓ ମାଲିକ ଅଟକ ସମସ୍ତଙ୍କୁ ପୁଲିସ ଶିଳ୍ପାଞ୍ଚଳ ଥାନାକୁ ନେଇ ତଦନ୍ତ କରୁଥିବା ଜଣାଯାଇଛି। ଫୁଲବାଣୀ ଅଞ୍ଚଳର ଜଣେ ଦେହଜୀବୀ ଥିବାବେଳେ ଅନ୍ୟଜଣକ ମଧ୍ୟ ଜିଲ୍ଲା ବାହାରର ଥିବା ସୂଚନା ମିଳିଛି।ଅନ୍ୟପକ୍ଷରେ ଦୀର୍ଘ କେଇମାସ ଧରି ଉକ୍ତ ହୋଟେଲ ରେ ଚାଲିଥିଲା ଦେହ ବ୍ୟବସାୟ ଏ ସମ୍ପର୍କରେ ଜଣାପଡ଼ିବା ପରେ ସ୍ଥାନୀୟ ପୁଲିସ୍ କୁ ସୂଚନା ଦିଆଯାଇଥିଲା, ମାତ୍ର ପୁଲିସ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନଥ୍ଲା ବୋଲି କିଛି ସ୍ଥାନୀୟ ବାସିନ୍ଦା କହିଛନ୍ତି | ହୁଏତ ମାସିକିଆ ଚାନ୍ଦା ଥାନାକୁ ଯାଇଥାଇପାରେ ସେପାଇଁ ପୁଲିସ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିଲା ବୋଲି ସେମାନେ ଅଭିଯୋଗ ଆଣିଥିଲେ | ଏ ନେଇ ଶିଳ୍ପାଞ୍ଚଳ ଥାନା ଅଧିକାରା ଉମେଶ ସାହୁଙ୍କୁ ଯୋଗାଯୋଗ କରିବାରେ ଅଭିଯୋଗ ଉପରେ ପୁଲିସ ଏକ ମାମଲା ରୁକୁ କରି ତଦନ୍ତ କରୁଛି ବୋଲି କହିଛନ୍ତି ।ଏହି ଚଢଉରେ ଡିଏସ୍ପି ମମତା ପତି, ଡିଏସ୍ପି ସ୍ମିତା ମଞ୍ଜରୀ ମଲ୍ଲିକ, ଡିଏସ୍ପି ଅନୀଲ ମହାନ୍ତି, ସ୍ପେଶାଲ ସ୍ମାର୍ଡ ସମେତ ଶିଳ୍ପାଞ୍ଚଳ ଥାନା ଏସ୍ଆଇ ସ୍ବାଗତିକା ଦାସ, ଏସଆଇ ଅଶୋକ ମହାନ୍ତି, ଏସଆଇ ଭଗବାନ ସ୍ବାଇଁ, କନେଷ୍ଟବଳ ପ୍ରଦୀପ ହରିଚନ୍ଦନ ପ୍ରମୁଖ ଚଢଉରେ ସାଲିକ ଥିଲେ ।ପ୍ରକାଶ ଥାଉକି, ଗତ ଫେବୃୟାରୀ ୧୨ ତାରିଖରେ ଆଦର୍ଶ ଥାନା ଅନ୍ତର୍ଗତ ବିକାଶନଗର ରେଥିବା ଏକ ଭଡାଘରୁ ପୁଲିସ ଓ ସ୍ପେଶାଲ ସ୍ଫୁର୍ଡ ସେକ୍ସ ରାକେଟ ଠାବ କରିଥିଲା । ରାଣୀ ମହୁମାଛି ସମେତ ୪ଜଣ ଦେହଜୀବା ଏବଂ ୩ଜଣ ଗ୍ରାହକଙ୍କୁ ଧରିଥିଲା । ସେହିପରି ୩୧ ମାର୍ଚ୍ଚ ୨୦୨୫ରେ ସଦରଥାନା ପୁଲିସ ଓ ସ୍ପେଶାଲ ଟିମର ମିଳିତ ଚଢଉ କରି ଦଧୂମାଛଗାଡିଆ ଅଞ୍ଚଳରେ ଚାଲିଥିବା ରାସ୍ତାପାର୍ଶ୍ବ ଏକ ଘରୁ ରାଣୀ ମହୁମାଛି ସମେତ ଦେହଜୀବୀ ଏବଂ ଗ୍ରାହକଙ୍କୁ ଧରିଥିଲା । ଏଠାରେ ଗିରଫ ହୋଇଥିବା ରାଣା ମହୁମାଛି ପୁନର୍ବାର ଡଲଫିନ୍ ହୋଟେଲ ଘଟଣାରେ ସମ୍ପୃକ୍ତ ରହିଥିବା ପୁଲିସ ସୂଚନା ଦେଇଛି।

0 Comments