ସରକାରୀ ଅର୍ଥ ଆତ୍ମସାତ ଘଟଣା : ଭିଜିଲାନ୍ସ ଜାଲରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ।

utkalnews7
By
0


ଟାଙ୍ଗୀ,୬/୪(ଉତ୍କଳ ନ୍ୟୁଜ୍ ୭): ପଞ୍ଚାୟତରୁ ଅର୍ଥ ଆତ୍ମସାତ ଅଭିଯୋଗରେ ଭିଜିଲାନ୍ସ ଦ୍ବାରା ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଗିରଫ। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅଧିନସ୍ଥ ରତନପୁର ଗ୍ରାମପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ଦିଲ୍ଲୀପ କୁମାର ପ୍ରଧାନଙ୍କୁ ସରକାରଙ୍କ ୧୧ ଲକ୍ଷ ୨୮ ହଜାର ୬୦୦ ଟଙ୍କା ଆତ୍ମସାତ ଅଭିଯୋଗରେ ଭିଜିଲାନ୍ସ ବିଭାଗ ଗିରଫ କରିଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ, ରତନପୁର ଗ୍ରାମପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦିଲ୍ଲୀପ କୁମାର ପ୍ରଧାନ ଗତ ୨୦୨୩ ମସିହା ଜାନୁୟାରୀ ମାସ ଠାରୁ ୨୦୨୪ ମସିହା ଜୁଲାଇ ମାସ ପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲ୍ଳା ବାଲିପାଟଣା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ପଞ୍ଚାୟତ କାର୍ଯ୍ୟ ନିର୍ବାହି ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ସମୟରେ ସରକାରଙ୍କ ୧୧ ଲକ୍ଷ ୨୮ ହଜାର ୬୦୦ ଟଙ୍କା ଆତ୍ମସାତ କରିବା ଘଟଣା ରେ ଜଡିତ ଥିଲେ। ମଧୁବାବୁ ପେନସନ ଯୋଜନା ର ଏହି ଅର୍ଥ ତୋଷରପାତ ହୋଇଥିବା ଜଣାପଡିବା ରେ ତଦନ୍ତ ଜାରି ରହିଥିଲା। 

ବାଲିପାଟଣା ବ୍ଲକ୍ ପାମ୍ପାଲୋ ଓ ରାଜସ ଗ୍ରାମପଞ୍ଚାୟତରେ ମଧୁବାବୁ ପେନସନ ଯୋଜନା ର ଏହି ଅର୍ଥ ହିତାଧିକାରୀମାନଙ୍କୁ ପ୍ରଦାନ ପରିବର୍ତ୍ତେ ଅନ୍ୟ କାର୍ଯ୍ୟ କୁ ଅନୈତିକ ଭାବେ ପରିବର୍ତନ କରାଯାଇଥିଲା। 

ରାଜ୍ୟ ଭିଜିଲାନ୍ସ ଘଟଣା ର ସତ୍ୟାସତ୍ୟ ଜାଣିବା ପରେ  ରତନପୁର ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟରତ ଶ୍ରୀ ପ୍ରଧାନ ଙ୍କୁ ଗିରଫ କରିବା ସହ ଭୁବନେଶ୍ବର ଭିଜିଲାନ୍ସ କେସ ନମ୍ବର ୬/୨୦୨୬ରେ ଏକ ମାମଲା ରୁଜୁ କରି ମାନ୍ୟବର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ କୁ ଚାଲାଣ କରାଯାଉଥିବା ଜଣାପଡ଼ିଛି।

Post a Comment

0 Comments

Please Select Embedded Mode To show the Comment System.*