ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ନିଲମ୍ବିତ ହେଲେ ପୂର୍ବତନ ବିଧାୟକ ଓ ସାଂସଦ ।

utkalnews7
By
0


ଭୁବନେଶ୍ଵର: ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ନିଲମ୍ବିତ ହେଲେ ଦମ୍ପତି। ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ତଳ ଓ ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ତଳ ବିଜେଡିରୁ ନିଲମ୍ବିତ ହୋଇଛନ୍ତି। ଦଳ ବିରୋଧୀ ଅଭିଯୋଗରେ  ଦଳରୁ ନିଲମ୍ବିତ କରାଯାଇଥିବା ନେଇ ବିଜେଡି ପକ୍ଷରୁ ସୂଚନା ଦିଆଯାଇଛି।  ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ତଳ ଧାମନଗରରୁ ନିର୍ବାଚିତ ହୋଇଥିଲେ । ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ତଳ ୨୦୧୯ମସିହାରେ   ଭଦ୍ରକ ଲୋକସଭା ଆସନରୁ ନିର୍ବାଚିତ ହୋଇଥିଲେ।ନିଲମ୍ବିତ ପରେ ମୁହଁ ଖୋଲିଲେ ମୁକ୍ତିକାନ୍ତ ମଣ୍ତଳ। ସେ କହିଛନ୍ତି ଯେ କାହିଁକି ନିଲମ୍ବିତ କରାଗଲା ମୁଁ ଜାଣିନି। ମୁଁ କୌଣସି  ଦଳ ବିରୋଧୀ କାର୍ଯ୍ୟ କରିନି ବୋଲି କହିଛନ୍ତି।

Post a Comment

0 Comments

Please Select Embedded Mode To show the Comment System.*