ବାଣପୁରରେ ପଣ୍ତିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ୨୦୨୬, ଯୋଗ ଦେଲେ ଆଇନ ମନ୍ତ୍ରୀ ।

utkalnews7
By
0


ବାଣପୁର : ଖୋର୍ଦ୍ଧା ଜିଲ୍ଲା ଚ଼ିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଣପୁରସ୍ଥିତ ଶହୀଦ କୃତ୍ତିବାସ ଭବନଠାରେ ”ପଣ୍ତିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ୨୦୨୬”ର ‘ମଣ୍ଡଳ ପ୍ରଶିକ୍ଷଣ ବର୍ଗ’ରେ ମାନ୍ୟବର ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଯୋଗଦେଇ କାର୍ଯ୍ୟକର୍ତ୍ତାମାନଙ୍କୁ ସମ୍ବୋଧିତ କରିଛନ୍ତି। ବିରଜାଇ ମଣ୍ଡଳ ଭାଜପା କାର୍ଯ୍ୟକର୍ତ୍ତାମାନଙ୍କୁ ନେଇ ଆୟୋଜିତ ହୋଇଥିବାଏହି‌ ପ୍ରଶିକ୍ଷଣ ଶିବିର ମାଧ୍ୟମରେ କାର୍ଯ୍ୟକର୍ତ୍ତାମାନଙ୍କୁ ‘ରାଷ୍ଟ୍ର ପ୍ରଥମ’ ନୀତିକୁ ଆପଣାଇ ରାଷ୍ଟ୍ରନିର୍ମାଣ ଦିଗରେ ଅବିରତ କାର୍ଯ୍ୟରତ ରହିବା ସହ ନୀତି,ଆଦର୍ଶ ଓ ଶୃଙ୍ଖଳିତ ରହିବା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା‌ ଏବଂ ତୃଣମୂଳ ସ୍ତରରେ ସଂଗଠନକୁ ଅଧିକ ସୁଦୃଢ଼ ଓ କ୍ରିୟାଶୀଳ କରିବା ପାଇଁ ଏକ ସୁଚିନ୍ତିତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯାଇଛି।ଏହି ଅବସରରେ ଚିଲିକା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଡଃ ବିଭୂତି ଭୂଷଣ ହରିଚନ୍ଦନ, ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନର ଜିଲ୍ଲା ସଂଯୋଜକ ଶ୍ରୀ ନିକୁଞ୍ଜ ପଟ୍ଟନାୟକ,ଜିଲ୍ଲା ସହ ସଂଯୋଜକ ଶ୍ରୀ ଲୋତକ ବିନ୍ଦୁ ପଟ୍ଟନାୟକ, ପ୍ରଶିକ୍ଷଣ ବର୍ଗ ପ୍ରଭାରୀ ଶ୍ରୀ ରବିନାରାୟଣ ମିଶ୍ର, ଭାଜପା ରାଜ୍ୟ ପରିଷଦ ସଭ୍ୟ ତଥା ବାଣପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ମାଧବ ଚନ୍ଦ୍ର ଦଳାଇ, ବାଣପୁର ବ୍ଲକ ଅଧ୍ୟକ୍ଷ ଶ୍ରୀ ଅମରେନ୍ଦ୍ର ରଣସିଂହ, ମଣ୍ଡଳ ସଭାପତି ଶ୍ରୀମତୀ ସାବିତ୍ରୀ ଭୋଳ , ପୂର୍ବତନ ସରପଞ୍ଚ ଶ୍ରୀ ଜିତେନ୍ଦ୍ର କୁମାର ଭୋଳଙ୍କ ସମେତ ମଣ୍ଡଳର ସମସ୍ତ ଜନପ୍ରତିନିଧି ଓ ବରିଷ୍ଠ ନେତୃବୃନ୍ଦ ଗଣ ପ୍ରମୁଖ ଉପସ୍ଥିତ ଥିଲେ।

Post a Comment

0 Comments

Please Select Embedded Mode To show the Comment System.*