କାଳବୈଶାଖୀରେ ଭାଙ୍ଗିଲା ଆଠଗଡ଼ ଡାକ୍ତରଖାନା ପାଚେରୀ ।

utkalnews7
By
0

କଟକ/ଆଠଗଡ଼ : ଆଜି ଅପରାହ୍ନ ସମୟରେ ରାଜ୍ୟର କିଛି ଜିଲ୍ଲାରେ କାଳବୈଶାଖୀର ପ୍ରଭାବରେ ଝଡ଼ତୋଫାନ ହେବା ସହ ପ୍ରବଳ ବଜ୍ରପାତ ଓ ବର୍ଷା ହୋଇଯାଇଛି।କାଳବୈଶାଖୀର ପ୍ରଭାବରେ କଟକ ଜିଲ୍ଲା ଆଠଗଡ ଉପଖଣ୍ଡ ଡାକ୍ତରଖାନାର ନବନିର୍ମିତ ୫ ମହଲା ବିଶିଷ୍ଟ କୋଭିଡ ଯତ୍ନ କେନ୍ଦ୍ର ଓ ଡାଇଲିସିସ୍ କେନ୍ଦ୍ର ସମ୍ମୁଖ ପାଚେରୀ ଭାଙ୍ଗିପଡ଼ିଛି। ପ୍ରାୟ ୩୦ ଫୁଟରୁ ଉର୍ଦ୍ଧ୍ବ ଲମ୍ବର ପାଚେରୀ ଭୁଷୁଡି ପଡିଥିବା ଦେଖାଯାଇଛି। ସେହିପରି ସହରର ଗୋପବନ୍ଧୁ ଛକ ସମେତ ଅନେକ ସ୍ଥାନରେ ବଡ ବଡ ଗଛ ଡାଳ ଭାଙ୍ଗି ପଡିବା ଫଳରେ କେତେକ ଅଞ୍ଚଳରେ ବିଦ୍ୟୁତ ସରବରାହ ବ୍ୟାହତ ହୋଇଥିଲା। ଗଛ ଡାଳ ପଡି ଗୋପବନ୍ଧୁ ଛକରେ କେତେକ ଉଠା ଦୋକାନ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି। ତେବେ ସେହି ସମୟରେ ସେସବୁ ଦୋକାନରେ ୮-୧୦ ଜଣ ଲୋକ ରହିଥିଲେ ମଧ୍ୟ ସୌଭାଗ୍ୟବଶତଃ କାହାର କିଛି କ୍ଷତି ହୋଇନାହଁ। ରିପୋର୍ଟ ଲେଖିବା ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଏହି କାଳବୈଶାଖୀର ପ୍ରଭାବରେ କୌଣସି କ୍ଷୟକ୍ଷତିର ସଠିକ ଆକଳନ ହୋଇ ପାରିନାହିଁ।

Post a Comment

0 Comments

Please Select Embedded Mode To show the Comment System.*