ପ୍ରଥମ ସ୍ବାୟତ ଶାସନ ଦିବସ ପାଳନ ବେଳେ ଜାତୀୟ ପତାକାକୁ ଅସମ୍ମାନ : ଓଲଟା ଉତ୍ତୋଳନ ସମୟରେ ଖସି ପଡିଲା।

utkalnews7
By
0

ଟାଙ୍ଗୀ,୩୧/୮ , (ଉତ୍କଳ ବ୍ୟୁରୋ): ଘରେ ନପୁଶୁଣୁ ବାଜିଲା ଚାଳ । ଆଜି ଟାଙ୍ଗୀ ପାଇଁ ନିଶ୍ଚିତ ଏକ ଚିର ସ୍ମରଣୀୟ ଦିବସ। ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା ପରେ ଟାଙ୍ଗୀ ତାର ପ୍ରଥମ ସ୍ବାୟତ ଶାସନ ଦିବସ ପାଳନ କଲା କିନ୍ତୁ ବହୁ ବ୍ୟତିକ୍ରମ ଯୋଗୁ ଟାଙ୍ଗୀ ଅଞ୍ଚଳର ବୁଦ୍ଧିଜୀବୀ ଙ୍କୁ ବ୍ୟଥିତ କରିଥିବା ଜଣାପଡିଛି । ଏହି ଉପଲକ୍ଷେ ଖୋରଧା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବଙ୍କୁ କାର୍ଯ୍ୟାଳୟ ପରିସରକୁ ସ୍ବାଗତ ସମ୍ବର୍ଦ୍ଧନା ଦେଇ ପାଛୋଟି ଅଣାଯିବା ପରେ ତାଙ୍କ ଦ୍ବାରା ଜାତୀୟ ପତାକା ଉତ୍ତୋଳନ ସମୟରେ ଓଲଟା ସଜଡା ଯାଇଥିବା ଜାତୀୟ ପତାକା ଉତ୍ତୋଳନ ପୂର୍ବରୁ ଭିଡାଭିଡି ସମୟରେ ତଳକୁ ଖସି ପଡିଥିଲା। ଫଳରେ ବିଧାୟକ ଅସନ୍ତୋଷ ବ୍ୟକ୍ତ କରିଥିଲେ। ପ୍ରଥମ କରି ସ୍ବାୟତ ଶାସନ ଦିବସ ପାଳନ କରାଯାଉଥିବାରୁ ଏ ଅଞ୍ଚଳର ବୁଦ୍ଧିଜୀବୀ ଙ୍କୁ ନିମନ୍ତ୍ରଣ ରେ ଉପେକ୍ଷା କରାଯାଇଥିବା ବେଳେ ଅନ୍ୟ ପଞ୍ଚାୟତର କେତେ ଜଣ ବିଧାୟକ ଙ୍କ ସମର୍ଥିତ ହାତଗଣତି ଲୋକ ପ୍ରତିନିଧି , ସ୍ବୟଂ ସହାୟିକା ଗୋଷ୍ଠୀ ମହିଳାଙ୍କୁ ଅଗ୍ରାଧିକାର ଦିଆଯାଇଥିବା ବେଳେ ପୁରୁଷ ମାନଙ୍କ ସଂଖ୍ୟା ନଗଣ୍ୟ ଥିଲା। 

ଗଣମାଧ୍ୟମ ପ୍ରତିନିଧିଙ୍କୁ ଖୋର୍ଦ୍ଧା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏହି ଖବର ପ୍ରସାରଣ ପାଇଁ ଜଣାଇଥିଲେ ମଧ୍ୟ ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ କୌଣସି ସ୍ବତନ୍ତ୍ର ବ୍ୟବସ୍ଥା ପ୍ରତି ଦୃଷ୍ଟି ଦିଆଯାଇନଥିଲା। ଏହି ସ୍ବାୟତ ଶାସନ ଦିବସ ପାଳନ ବଦଳରେ ଏଠାରେ ଦଳୀୟ ସଭା ଭଳି ଆୟୋଜନ କରାଯାଇଥିଲା। କାର୍ଯ୍ୟନିର୍ବାହୀ ଅଧିକାରୀ ଦାୟିତ୍ୱରେ ଥିବା ବିଡିଓ ରୁମାନା ଜାଫ୍ରି ଟାଙ୍ଗୀ ଅଞ୍ଚଳବାସୀ ଙ୍କ ଏଭଳି ଅତ୍ୟନ୍ତ ଆନନ୍ଦ ର ଦିନଟିକୁ ତ୍ରୁଟି ବିଚ୍ୟୁତିରେ ରେ କରିଥିବା ରୁ ବୁଦ୍ଧିଜୀବୀ ମହଲ ନିନ୍ଦା କରିଛନ୍ତି।

Post a Comment

0 Comments

Please Select Embedded Mode To show the Comment System.*