ଦିନିକିଆ ଟାଙ୍ଗୀ ବ୍ଲକ୍ ଗସ୍ତରେ ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ।

utkalnews7
By
0


ଟାଙ୍ଗୀ,୨୪।୮,(ଉତ୍କଳ ନ୍ୟୁଜ୍୭) : ଟାଙ୍ଗୀ ରେ ପରିବେଶ ଓ ଜଙ୍ଗଲ ମନ୍ତ୍ରୀ। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକକୁ ଆଜି ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ ଦିନିକିଆ ଗସ୍ତରେ ଆସିଥିବା ଜଣାପଡିଛି ।ଖୋର୍ଦ୍ଧା ଜିଲ୍ଲାର ଗୁରୁତ୍ୱ ପୂର୍ଣ୍ଣ ରେଞ୍ଜ ଭାବରେ ଟାଙ୍ଗୀ ବନାଞ୍ଚଳ ରେଞ୍ଜରେ ପ୍ରତ୍ୟେକ ଦିନ ଜଙ୍ଗଲ କ୍ଷୟ ହେବା ଫଳରେ ହାତୀ ମାନେ ଗାଁ ମୁହାଁ ହେବା ବେଳେ କେତେବେଳେ ହାତୀ ର ଜୀବନ ଯାଇଛି ତ କେତେବେଳେ ମଣିଷ ଜୀବନ ଯାଉଛି।ହେଲେ କର୍ମଚାରୀ ଅଭାବ ଆଳ ଦେଖାଇ ଖସିଯାଉଛନ୍ତି ବନାଞ୍ଚଳ ଅଧିକାରୀ।ତେବେ ଆଜି ଟାଙ୍ଗୀ ବନାଞ୍ଚଳ ଅଧିକାରୀଙ୍କ ଅଫିସରେ ପହଞ୍ଚି ବନ ବିଭାଗର ବିଭିନ୍ନ ସମସ୍ୟା ସଂପର୍କରେ ରେଞ୍ଜରଙ୍କ ସହ ମନ୍ତ୍ରୀ ଆଲୋଚନା କରିଛନ୍ତି। ଏହ ସହ ସରକାରୀ ଅର୍ଥ ବ୍ୟୟର ସମୀକ୍ଷା କରି ମନ୍ତ୍ରୀ ଶ୍ରୀ ଅମାତ ନିରାକାରପୁରସ୍ଥିତ କ୍ଷେତ୍ରବାସି ଉଚ୍ଚ ବିଦ୍ୟାଳୟରେ ୫ଟି ଯୋଜନାର ମଧ୍ୟ ସମୀକ୍ଷା କରିଛନ୍ତି। ମନ୍ତ୍ରୀଙ୍କ ଉକ୍ତ ଗସ୍ତ ସମୟରେ ଟାଙ୍ଗୀ ବ୍ଲକ ଅଧ୍ୟକ୍ଷା ରିସ୍ନା ମାନଧାତା, ଉପାଧ୍ୟକ୍ଷ ଦୂରୁ ନାଥ ଶର୍ମା ଏବଂ ବିଡ଼ିଓ ଐଶ୍ଚର୍ଯ୍ୟା ସାମନ୍ତରାୟ ଆଦି ଉପସ୍ଥିତ ଥିଲା ବେଳେ ଏନେଇ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ପୂର୍ବରୁ କୌଣସି ସୂଚନା ବିଭାଗ ପକ୍ଷରୁ ପ୍ରଦାନ କରାନଯିବା କେଉଁଠି ନା କେଉଁଠି ବନ ବିଭାଗର ଅବହେଳାକୁ ଚାପିବାକୁ ଏକ ଉଦ୍ୟମ ବୋଲି ବୃଦ୍ଧଜୀବୀ ମହଲରେ ଚର୍ଚ୍ଚା ହେଉଛି।

Post a Comment

0 Comments

Please Select Embedded Mode To show the Comment System.*