ଜଳବନ୍ଦୀ ଅବସ୍ଥାରେ ହିରିମୂଳ ଗ୍ରାମବାସୀ : ରନ୍ଧା ଖାଦ୍ୟ ର ସହାୟତା ଦେଲେ ବିଭିନ୍ନ ସଂଗଠନ।

utkalnews7
By
0


ଖୋର୍ଦ୍ଧା,୨୪।୮,(ଉତ୍କଳ ନ୍ୟୁଜ୍୭) : ଏବେବି ୩ ଫୁଟର ପାଣି ରହିଛି ଖୋର୍ଦ୍ଧା ବ୍ଳକର ଓରବରସିଂହ ପଂଚାୟତ ହିରିମୂଳ ଗ୍ରାମରେ। ଆଜକୁ ଦଶ ଦିନ ହେଲାଣି ଜଳବନ୍ଦୀ ଅବସ୍ଥାରେ ଅଛନ୍ତି ହିରିମୂଳ ବାସିନ୍ଦା। ଚାଷଜମିରେ ୮/୯ ଫୁଟ ପାଣି ରହିଛି। ଉକ୍ତ ପଂଚାୟତର ଅନ୍ୟ ସବୁ ଗ୍ରାମ ଜଳଶୂନ୍ଯ ହେଇଥିଲେ ମଧ୍ଯ ବର୍ତ୍ତମାନ ନାଆ ମାଧ୍ୟମରେ ଯିବାକୁ ପଡୁଛି ହିରିମୂଳ ଗ୍ରାମରେ ଥିବା ୪୦ ପରିବାରର ଙ୍କ ପାଖକୁ। ଏହି ଦୁଃଖ ଦୁର୍ଦ୍ଦଶା ରେ ଥିବା ହିରିମୂଳ ଗ୍ରାମବାସୀ ଙ୍କୁ ସହଯୋଗର ହାତ ବଢାଇଛନ୍ତି ନିରାକାରପୁର ସାମ୍ବାଦିକ ସଂଘ, ରାମେଶ୍ବର ଛକ ରୟାଲ ମନ୍ଦାକିନୀ ହୋଟେଲ ଓ ଗୋପବନ୍ଧୁ ସମାଜ ସେବା, ନିରାକାରପୁର। ତିନୋଟି ସଂଗଠନ ପକ୍ଷରୁ ଆମିଷ ରନ୍ଧା ଖାଦ୍ୟ ପ୍ୟାକେଟ ଓ ବିଶୁଦ୍ଧ ଜଳ ପ୍ୟାକେଟ ବସ୍ତା ଯୋଗାଇ ଦିଆଯାଇଛି। ହିରିମୂଳ ର ପରିବାର ପିଛା ଖାଦ୍ୟ ପ୍ୟାକେଟ ଓ ଡିହଖୋଳା ର କିଛି ଘରକୁ ସିଧାସଳଖ ଖାଦ୍ୟ ପ୍ୟାକେଟ ଯୋଗାଇ ଦିଆଯାଇ ଥିବା ସୂଚନା ମିଳିଛି।ନିରାକାରପୁର ସାମ୍ବାଦିକ ସଂଘ ପକ୍ଷରୁ ସଭାପତି ଦୀପକ ପ୍ରଧାନ ପରିଚାଳନାରେ ବିକ୍ରମ କେଶରୀ ସାହୁ, କପିଳେଶ୍ଵର ସିଂହ, ପ୍ରକାଶ ବଳିୟାରସିଂହ, ବିଭୁତି ଦାଶ, ଞାନ ରଂଜନ ଦାଶ, ସୁଚିତ୍ର ଭୁଜବଳ ସହଯୋଗ କରିବାସହ, ଗୋପବନ୍ଧୁ ସେବା ସଂଘ ସଂପାଦକ ପ୍ରସାଦ ଦାଶ ଓ ରୟାଲ ମନ୍ଦାକିନୀ ହୋଟେଲ ର କର୍ମଚାରୀ ପୂର୍ଣ୍ଣ ସହଯୋଗ କରିଥିଲେ।

Tags:

Post a Comment

0 Comments

Please Select Embedded Mode To show the Comment System.*