୧୫ ଲକ୍ଷ ଟଙ୍କାର ଧଳାଜହର ଜବତ,ଜଣେ କୋର୍ଟ ଚାଲାଣ।

utkalnews7
By
0


ଖୋର୍ଦ୍ଧା,୨୪।୮,(ଉତ୍କଳ ନ୍ୟୁଜ୍):ଖୋର୍ଦ୍ଧାରେ ଥମିବାର ନାଁ ଧରୁନି ଧଳାଜହର।ପଥଭ୍ରଷ୍ଟ ହେଉଛନ୍ତି ଯୁବପିଢ଼ି,ବଢ଼ିବାରେ ଲାଗିଛି ଚୋରୀ,ଡ଼କାୟତି,ରାହାଜାନି।ଉଜୁଡୁଛି ପରିବାର,ମାଲେମାଲ୍ ହେଉଛନ୍ତି ବେପାରୀ ହେଲେ ଧଳାଜହର ବେପାରେ ଲାଗୁନି ରୋକ।ପ୍ରତ୍ୟେକ ଦିନ ଖବରକାଗଜ ଠାରୁ ଅରମ୍ଭ କରି ଟିଭି ପରଦା ଓ ଡିଜିଟାଲ ନ୍ୟୁଜ୍ ଚ୍ୟାନେଲ୍ ମାନଙ୍କରେ ଗୋଟିଏ ଖବର ଖୋର୍ଦ୍ଧା ଜିଲ୍ଲାରୁ ଧଳାଜହର ଜବତ,ବେପାରୀ ଗିରଫ।ପ୍ରତ୍ୟେକ ଦିନ ପରି ଆଜି ମଧ୍ୟ ଖୋର୍ଦ୍ଧା ଅବକାରୀ ବିଭାଗ ଦ୍ୱାରା ୧୪ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ଧଳାଜହର ଜବତ କରିବା ସହ ଜଣଙ୍କୁ ଗିରଫ କରିଛି ।ସୂଚନାଯୋଗ୍ୟ ଯେ,ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ସାମନ୍ତରାୟପୁର ଠେଙ୍ଗାହାଟ ଛକରେ ଧଳା ଜହର କାରବାର ଚାଲିଥିବାର ଅବକାରୀ ଅଧିକ୍ଷକ ଝସକେତନ ବରିହା ଖବର ପାଇଥିଲେ। ସଙ୍ଗେ ସଙ୍ଗେ ଅଧିକ୍ଷକ ଏବଂ ଅବକାରୀ ଉପ ଅଧିକ୍ଷିକାଙ୍କ ତତ୍ୱାବଧାନରେ ଖୋର୍ଦ୍ଧା ରେଞ୍ଜ ଅବକାରୀ ଅଧିକାରୀ ଭୈରବ ସାହୁଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ସମ୍ପୃକ୍ତ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା।ଚଢ଼ାଉ ବେଳେ ଘଟଣାସ୍ଥଳରୁ ସାମନ୍ତରାୟପୁର ଅଞ୍ଚଳର ଅଭିଯୁକ୍ତ ଅଜୟ ବେହେରା (୪୪) ଗିରଫ ହୋଇଥିବା ବେଳେ ତାଙ୍କ ନିକଟରୁ ୧୪୬ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି।  ଜବତ ବ୍ରାଉନ ସୁଗାର ର ମୂଲ୍ୟ ୧୪ ଲକ୍ଷ ୬୦ ହଜାର ଟଙ୍କା ହେବ ବୋଲି ଜଣାପଡିଛି।ଏ ନେଇ ଅବକାରୀ ବିଭାଗ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ ପିଆର ନମ୍ବର ୩୬/୨୨-୨୩ ରେ ମାମଲା ରୁଜୁ କରି ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି।

Post a Comment

0 Comments

Please Select Embedded Mode To show the Comment System.*