ସି.ଆଇ.ଟି.ୟୁ ପକ୍ଷରୁ ରଣପୁରରେ ଆଶାକର୍ମୀ ଙ୍କ ୫ମ ବ୍ଲକ ସମ୍ମିଳନୀ ଅନୁଷ୍ଠିତ l

utkalnews7
By
0


ରଣପୁର,୨୦।୮,(ଉତ୍କଳ ନ୍ୟୁଜ୍୭):ସି.ଆଇ.ଟି.ୟୁ ତରଫରୁ ରଣପୁର ରଘୁଦିବାକର ଭବନ ଠାରେ ଓଡ଼ିଶା ଆଶାକର୍ମୀ ଆସୋସିଏସନ ର ରଣପୁର ବ୍ଲକ ର ୫ମ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି।ଆଜି ଦିନ ୧୨ଟା ବେଳେ ସହିଦ ଭବନ ଠାରେ ସଂଗଠନ ର ପତାକାକୁ ବ୍ଲକ ସଭାନେତ୍ରୀ ଜାମିନିରାଣୀ ବେହେରା ଆନୁଷ୍ଠାନିକ ଭାବେ ଉତ୍ତୋଳନ କରିଥିଲେ ଓ ଉପସ୍ଥିତ ସମସ୍ତ ସାଥୀ ସହିଦ ବେଦିରେ ମାଲ୍ୟାର୍ପଣ କରିଥିଲେ।ପରେ ଜାମିନିରାଣୀ ବେହେରା ଓ ସଞ୍ଜୁଲତା ପରିଡା ଙ୍କୁ ନେଇ ଗଠିତ ସଭାପତି ମଣ୍ଡଳୀ ସମ୍ମିଳନୀ ପରିଚାଳନା କରିଥିଲେ।ଶୋକ ପ୍ରସ୍ତାବ ପରେ ସମ୍ମିଳନୀକୁ ଜିଲ୍ଲା ସଭାପତି ସୁରେଶ ସ୍ବାଇଁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ ଓ ଜିଲ୍ଲା ଉପସଭାପତି ଚାପ ଧାରୀ ରାଉତ ଉଜାପନୀ ବକ୍ତବ୍ୟ ଦେଇଥିଲେ।ସମ୍ପାଦିକା ସ୍ମୃତିରେଖା ସେନାପତି ଏକ ସାଂଗଠନିକ ଓ ରାଜନୈତିକ ରିପୋଟ ଉପସ୍ଥାପନ କରିଥିଲେ।ଉପସ୍ଥିତ ଭାତୃ ପ୍ରତିମ ସଂଗଠନ ଓ ଜିଲ୍ଲା ନେତୃତ୍ୱ ମାନେ ସଂଗଠନର ସମ୍ମିଳନୀର ଶୁଭ କାମନା କରିଥିଲେ।୬ଜଣ ଆଶାକର୍ମୀ ରିପୋଟ ଉପରେ ଆଲୋଚନା କରିଥିଲେ।ଆଶାକର୍ମୀ ଙ୍କୁ ନିୟମିତ କର୍ମଚାରୀ,ମାସିକ ସର୍ବନିମ୍ନ ଦରମା ୨୬ ହଜାର ଟଙ୍କା,ମାସିକ ପେନସନ ୧୦ହଜାର ଟଙ୍କା,ସମସ୍ତଙ୍କୁ ସ୍ମାର୍ଟଫୋନ ଓ ସାମାଜିକ ସୁରକ୍ଷା ପାଇଁ ଆଶାକର୍ମୀ ଭଉଣୀ ମାନେ ସଙ୍ଗଠିତ ହେବାକୁ ଆହ୍ବାନ ଦେଇଥିଲେ।ଆୟୋଜିତ ସମ୍ମିଳନୀରେ ସଭାପତି ଭାବେ ଜାମିନି ରାଣୀ ବେହେରା ଓ ସମ୍ପାଦିକା ଭାବେ ସ୍ମୃତିରେଖା ସେନାପତି ନିର୍ବାଚିତ ହୋଇଥିଲା ବେଳେ ଉପସଭାପତି ଭାବେ ଅହଲ୍ୟା ପେଲା,ସରୋଜିନୀ ସାହୁ, ସହ ସମ୍ପାଦିକା ଭାବେ ସଞ୍ଜୁଲତା ପରିଡା,ବିନୋଦିନୀ ପାଇକରାୟ, କୋଷାଧ୍ୟକ୍ଷ ଭାବେ ରଞ୍ଜୁଲତା ମହାପାତ୍ର ,ସଭ୍ୟ ଭାବେ ସଂଯୁକ୍ତା ସେଠି,ସବ୍ୟସାଚୀ ସେନାପତି,ସଞ୍ଜୁଲତା ସାହୁ,ସ୍ୱପ୍ନା ପ୍ରଧାନ,ଝୁନି ଜେନା,ମମତା ସାହୁ,ମମତା ଦାସ,ଝୁନା ଜୟସିଂହ,ଲଷ୍ମୀ ପାତ୍ର,ଉର୍ମିଳା ସାହୁ,ନୀଳାଦ୍ରି ସେଠୀ, ଗୋଲାପ ହଜାରୀ,ମଂଜୁଲତା ଖୁଣ୍ଟିଆ,ସବିତା ମହାପାତ୍ର,ସାବିତ୍ରୀ ସାହୁ,ରଜନୀ ଗନ୍ଧା ମଲ୍ଲିକ,ଝୁନା ପ୍ରଧାନ,ପ୍ରଭାସିନୀ ସାହୁ,କୈକେଇ ପ୍ରଧାନ,ସୁଲୋଚନା ଦେଇ,ଅନୁପମା ବିଶ୍ୱାଳ,ମଜୁଲତା ପ୍ରଧାନ,ନିରୂପମା ବେହେରା,ଗୀତାଞ୍ଜଳି ଚମ୍ପତି ପ୍ରମ୍ମୁଖ ନିର୍ବାଚିତ ହୋଇଥିଲା ବେଳେ ଉପଦେଷ୍ଟା ଭାବେ ଶ୍ରୀକାନ୍ତ ଦାସ ଓ ଧୁଶାସନ ଜେନା ନିର୍ବାଚିତ ହୋଇଥିଲେ।ଏହି ସମ୍ମିଳନୀରେ ହରିଶ୍ଚନ୍ଦ୍ର ମିଶ୍ର,ଭିକାରୀ ଚରଣ ସାହୁ,ସଂଯୁକ୍ତା ସେଠି,ସୁକାନ୍ତି ଜେନା,ଧୁଶାସନ ଜେନା,ସବ୍ୟସାଚୀ ସେନାପତି ପ୍ରମ୍ମୁଖ ଆଲୋଚନା କରିଥିଲେ।


ରଣପୁର ରୁ ଅସିତ ରଞ୍ଜନ ପରିଡ଼ା ଙ୍କ ରିପୋର୍ଟ।

Post a Comment

0 Comments

Please Select Embedded Mode To show the Comment System.*