ଗାଁରୁ ବଏକଟ୍ ହୋଇଥିବା ମହିଳାଙ୍କୁ ମରଣାନ୍ତକ ଆକ୍ରମଣ,ରାସ୍ତାରୁ ଗୁରୁତର ଅବସ୍ଥାରେ ଉଦ୍ଧାର କଲା ପୋଲିସ।

utkalnews7
By
0


ବାଣପୁର,୨୪।୮,(ଉତ୍କଳ ନ୍ୟୁଜ୍୭) : ମୋ ସରକାରକୁ ବଦନାମ କରୁଛନ୍ତି ପୋଲିସ ବିଭାଗ।ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଧିନସ୍ଥ ନାରଣଦେଇପୁର ଗାଁରେ ଘଟିଛି ଏପରି ଘଟଣା । ଯେଉଁଠି ପୋଲିସର କାର୍ଯ୍ୟ ଦକ୍ଷତା ନେଇ ପ୍ରଶ୍ନ ଉଠିଛି?ନାରଣଦେଇପୁର ଗ୍ରାମର ଶ୍ୟାମ ବାରିକଙ୍କ ପତ୍ନୀ ଲୀଳାବତୀ ବାରିକ ଙ୍କୁ ଗ୍ରାମର କିଛି ଦୁର୍ବୁତ୍ତ ତାଙ୍କ ଘରେ ପଶି ମରଣାନ୍ତକ ଆକ୍ରମଣ କଲେ।  ଆହତ ମହିଳା ଜଣକ ବାଣପୁର ଥାନାରେ ଅଭିଯୋଗ କରିବା ପାଇଁ ଆସୁଥିବା ବେଳେ ଆକ୍ରମଣକାରୀ ମାନେ ପୁନର୍ବାର ରାସ୍ତା ମଝିରେ ଆକ୍ରମଣ କରି ଲୀଳାବତୀ ଚେତାଶୂନ୍ୟ କରି ରାଜ ରାସ୍ତାରେ ଛାଡ଼ି ଚାଲିଗଲେ ବିଳମ୍ବରେ ହେଉପଛେ ଖବର ପାଇବା ପରେ ଘଟଣା ସ୍ଥଳରେ ବାଣପୁର ପୋଲିସ  ପହଞ୍ଚି ରାସ୍ତାରୁ ଲୀଳାବତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛି।  ଆହତ ଲୀଳାବତୀ କଥାବାର୍ତ୍ତା ମଧ୍ୟ କରିପାରୁ ନଥିବା ବେଳେ ବର୍ତ୍ତମାନ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।ଏବେ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଲୀଳାବତୀ। ସୂଚନା ଥାଉକି ଲୀଳାବତୀ ଗତ କିଛିଦିନ ହେଲା ଗାଁରୁ ବଏକଟ୍  ହୋଇ ନିର୍ଯ୍ୟାତିତ ଜୀବନ ବିତାଉଛନ୍ତି , ବାରମ୍ବାର ଅଭିଯୋଗ ପରେ ମଧ୍ୟ ପୋଲିସ ପକ୍ଷରୁ ସେଭଳି କୌଣସି ଆଖି ଦୃଷ୍ଟିଆ ପଦକ୍ଷେପ ଗ୍ରହଣ କରୁନଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।ଏହି ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ ସଂପୃକ୍ତ ବ୍ୟକ୍ତି ମାନଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି କି ଘଣ୍ଟ ଘୋଡ଼ାଉଛି ତାହା ଦେଖିବାକୁ ବାକିରହିଲା।

Post a Comment

0 Comments

Please Select Embedded Mode To show the Comment System.*