ପ୍ରଧାନ ଶିକ୍ଷକଙ୍କ ନିର୍ଯ୍ୟାତନା ସହି ନପାରି ବିଷପାନ କଲେ ଶିକ୍ଷୟିତ୍ରୀ।

utkalnews7
By
0


ଚିଲିକା,୧୬।୮,(ଉତ୍କଳ ନ୍ୟୁଜ୍୭):ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ପଞ୍ଚୁପଲ୍ଲୀ ସୋମନାଥ ସରକାରୀ ଉଚ୍ଚବିଦ୍ୟାଳୟରେ ପ୍ରଧାନ ଶିକ୍ଷକଙ୍କ ନିର୍ଯାତନା ସହି ନପାରି ବିଷ ପାନ କଲେ ସମ୍ପୃକ୍ତ  ବିଦ୍ୟାଳୟର ଶିକ୍ଷୟିତ୍ରୀ।ପ୍ରଧାନ ଶିକ୍ଷକ ବିଜୟ ପାତ୍ର ନିର୍ଯାତନା ସହି ନପାରି  ବିଷପାନ କଲେ ବିଦ୍ୟାଳୟର ଇଂରାଜୀ ଶିକ୍ଷୟିତ୍ରୀ ସନ୍ତୋଷି ବେହେରା।ବିଦ୍ୟାଳୟରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ  ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।କିନ୍ତୁ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି।ହେଲେ ସନ୍ଧେହ ରହିଛନ୍ତି ପ୍ରଧାନ ଶିକ୍ଷକ କ'ଣ ଏମିତି କହିଲେ ଯେ ଶିକ୍ଷୟିତ୍ରୀ ବିଷପାନ କଲେ।ଶିକ୍ଷୟିତ୍ରୀଙ୍କୁ କାହିଁକି ରବିବାର ଛୁଟି ଦିନରେ ଡାକୁଥିଲେ।ଦୀର୍ଘଦିନ ହେଲା କଣ ପାଇଁ ଶିକ୍ଷୟିତ୍ରୀଙ୍କୁ ପ୍ରଧାନ ଶିକ୍ଷକ ନିର୍ଯାତନା ଦେଉଥିଲେ। ଏ ବିଷୟରେ ତଦନ୍ତ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ଏନେଇ ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ଜଣାପଡିଛି ।

Post a Comment

0 Comments

Please Select Embedded Mode To show the Comment System.*