ଚିଲିକାରେ ପୁଣି ମାତିଲେ ଦୁର୍ବୁର୍ତ୍ତ,ଲକ୍ଷାଧିକ ଟଙ୍କାର ଡ଼ଙ୍ଗା,କିଳା ଓ ଜାଲ ପୋଡ଼ି ନଷ୍ଟ।

utkalnews7
By
0




ଟାଙ୍ଗୀ,୧୮।୮ : ଚିଲିକା ହେଉଛି ମସ୍ଚ୍ୟଜୀବୀଙ୍କ ମା।ଚିଲିକାରୁ ମାଛମରି ପରିବାର ପ୍ରତିପୋଷଣ କରନ୍ତି ଲକ୍ଷାଧିକ ମସ୍ଚ୍ୟଜୀବୀ।ମସ୍ଚ୍ୟଜୀବୀ ମାନେ ଡ଼ଙ୍ଗା ଓ ଜାଲକୁ ବର୍ଷ ବର୍ଷ ଧରି ଚିଲିକା କୂଳରେ ରଖି ରାତିରେ ଘରକୁ ଫେରିଥାନ୍ତି ହେଲେ ଗତ ବର୍ଷ ପ୍ରଥମ ଥର ଚିଲିକାରେ ଡ଼ଙ୍ଗାରେ କୌଣସି ଦୁର୍ବୁର୍ତ୍ତ ଅଗ୍ନି ସଂଯୋଗ କରି ଥିବା ବେଳେ ଦୁର୍ବୁର୍ତ୍ତକୁ ଧରିବାରେ ବର୍ତ୍ତମାନ ପର୍ଯ୍ୟନ୍ତ ପୋଲିସ ବିଫଳ ହୋଇଥିବା ସମୟରେ ଗତକାଲି ମଧ୍ୟ ସମାନ ଘଟଣା ଚିଲିକା କୂଳର ଜେଟି ନିକଟରେ ଦେଖିବାକୁ ମିଳିଛି।କୌଣସି ଦୁର୍ବୁର୍ତ୍ତ ଚିଲିକା ର ଜେଟି ନିକଟରେ ଥିବା ଡ଼ଙ୍ଗା,ଜାଲ ଓ କିଳାରେ ଲାଗିଲା ନିଆଁ। ଏପରି ଏକ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଜରିପଡା ଗ୍ରାମପଞ୍ଚାୟତ ଜଗନ୍ନାଥପୁର ଗାଁ ଚିଲିକା କୂଳରେ ଥିବା ଜେଟି ନିକଟରେ ଗତକାଲି ଅଗ୍ନିକାଣ୍ଡ ଘଟି ଜଳିଗଲା ଲକ୍ଷାଧିକ ଟଙ୍କାର ଡ଼ଙ୍ଗା ଓ ଜାଲ ।ଜେଟି ନିକଟରେ ଥିବା ୧୦ରୁ ଉର୍ଦ୍ଧ୍ବ ଡ଼ଙ୍ଗା ଆସିଂକ ନିଆଁ ଲାଗି ନଷ୍ଟ ହୋଇଛି ଓ କିଳା ପୋଡ଼ି ପାଉଁଷ ହୋଇଥିବା ବେଳେ ୧୦ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଜାଲ ମଧ୍ୟ ପୋଡି ପାଉଁଷ ହୋଇଯାଇଛି।ଏନେଇ ସ୍ଥାନୀୟ ମସ୍ଚ୍ୟଜୀବୀ ମାନେ ଟାଙ୍ଗୀ ଅଗ୍ନିଶମ ବାହିନୀକୁ ଖବର ଦେଇଥିବା ବେଳେ ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ଲାଗି ଉଦ୍ୟମ କରିଥିଲେ ମଧ୍ୟ ସେତବେଳକୁ ୧୦ଟି ମେସିନ ଡ଼ଙ୍ଗାରେ ଆସିଂକ ନିଆଁ ଲାଗିଥିଲା ବେଳେ ଓ ଲକ୍ଷାଧିକ ଟଙ୍କାର ଜାଲ ପୋଡ଼ି ପାଉଁଷ ହୋଇଯାଇଛି।ଏନେଇ ଅଗ୍ନିଶମ ବିଭାଗ ପକ୍ଷରୁ ଘଟଣା ସ୍ଥଳରେ ଅଗ୍ନିକାଣ୍ଡ ଘଟଣାର ତଦନ୍ତ ଜାରୀ ରହିଛି। ମିଳିଥିବା ସୂଚନା ଅନୁସାରେ, ଗତବର୍ଷ ମଧ୍ୟ ସମାନ ଘଟଣା ଜଗନ୍ନାଥପୁର ଜେଟି ନିକଟରେ ଦେଖିବାକୁ ମିଳିଥିଲା।ଉକ୍ତ ଘଟଣାରେ ପୋଲିସ କୌଣସି ଦୁର୍ବୁର୍ତ୍ତକୁ ଗିରଫ କରିନଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ଯେଉଁ ଭଳି ଭାବରେ ୨୦ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଟଙ୍କାର ଡ଼ଙ୍ଗା ଓ ଜାଲ ପୋଡ଼ି ହେବା ଘଟଣା ପୋଲିସର ଚିନ୍ତାର କାରଣ ପାଲଟିଛି।ଏନେଇ ଟାଙ୍ଗୀ ଥାନା ପୋଲିସ ଅଧିକ ତଦନ୍ତ ଜାରି ରଖିଛି।

Post a Comment

0 Comments

Please Select Embedded Mode To show the Comment System.*