ସତୀଘାଟ ନଦୀରେ ଭାସି ଯୁବତୀଙ୍କ ମୃତ୍ୟୁ।

utkalnews7
By
0


ଉମରକୋଟ,୨୦।୮,(ଉତ୍କଳ ନ୍ୟୁଜ୍):ନଦୀରେ ଭାସି ଯୁବତୀଙ୍କ ମୃତ୍ୟୁ।ଏପରି ଏକ ଅଘଟଣ ଘଟିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚଚା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗବାଗୁଡ଼ା ଗ୍ରାମର ଜାନି ସାହିରେ । ଜାନୀ ସାହିର ଜଣେ ଯୁବତୀ ନିକଟସ୍ଥ ସତୀଘାଟ ନଦୀ ପାର ହେଉଥିବା ବେଳେ ଭାସି ଯାଇ ମୃତ୍ୟୁ ହୋଇଛି । ମୃତ ଯୁବତୀ ଜଣକ ହେଲେ  ଗବାଗୁଡା ଗ୍ରାମର ମନସାଇ ଜାନୀଙ୍କ ଝିଅ ତୁଲାବତୀ ଜାନୀ।ଶୁକ୍ରବାର ଦିନ ସକାଳେ ସତୀଘାଟ ନଦୀରେ ପାଣି କମ ଥିବାରୁ ନଦୀ ପାର ହୋଇ ନିଜ ଜମିରେ କାମ କରିବା ପାଇଁ ଯାଇଥିଲେ। ତେବେ ସନ୍ଧ୍ୟାରେ ନଦୀ ପାର କରି ନିଜ ଘରକୁ ଫେରୁଥିଲେ। ଏହି  ସମୟରେ ବର୍ଷା ଯୋଗୁଁ ନଦୀରେ ବର୍ଷା ପାଣି ଅଧିକ ଥିବାରୁ ତୁଲାବତୀ ନଦୀ ପାଣିରେ ଭାସି ଯାଇଥିଲେ। ତୁଲାବତୀ ଘରକୁ ଆସିବାର ବିଳମ୍ବ ହେବାରୁ ପରିବାର ଲୋକ ବହୁତ ଖୋଜାଖୋଜି କରିଥିଲେ ମଧ୍ୟ ପାଇନଥିଲେ।ଆଜି ସକାଳୁ ନଦୀରେ ଭାସି ଯାଇଥିବା ସନ୍ଦେହ କରି ନଦୀ କୂଳରେ ପରିବାର ଲୋକ ଖୋଜଖୋଜି କରିଥିଲେ। ନଦୀର ପ୍ରାୟ ୫ କିଲୋମିଟର ଦୂରରେ ଥିବା ଏକ ଲଟାବୁଦାରେ ତୁଲାବତୀଙ୍କ  ମୃତଦେହ ଦେଖିବାକୁ ପାଇଥିଲେ। ପରିବାର ଲୋକ ଏନେଇ ଝରିଗାଁ ଅଗ୍ନିଶମ ବିଭାଗ ଓ ଝରିଗାଁ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଝରିଗାଁ ଅଗ୍ନିଶମ ବିଭାଗ ସ୍ଥଳରେ ପହଞ୍ଚି ତୁଲାବତୀର ମୃତଦେହ ଉଦ୍ଧାର କରିଛନ୍ତି। ଝରିଗାଁ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପଠାଇବା ସହ ଘଟଣା ସ୍ଥଳରେ ତଦନ୍ତ ଜାରି ରଖିଛି।


ନବରଙ୍ଗପୁର ରୁ ଜିତେନ୍ଦ୍ର ମହାନ୍ତିଙ୍କ ରିପୋର୍ଟ।

Post a Comment

0 Comments

Please Select Embedded Mode To show the Comment System.*