ରାଜସୁନାଖଳା ପଂଚାୟତ ସଭାଗୃହରେ ଗୁମ୍ଫା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ପାଣି ପଞ୍ଚାୟତ ବୈଠକ ଅନୁଷ୍ଠିତ।


ରଣପୁର,୧୯।୮,(ଉତ୍କଳ ନ୍ୟୁଜ୍୭): ନୟାଗଡ଼ ଜିଲ୍ଲା ରଣପୁର ବ୍ଲକର ରାଜସୁନାଖଳା ପଞ୍ଚାୟତ ପରିସରରେ ଆଜି ମଧ୍ୟାହ୍ନ ୧୨ଟା ସମୟରେ ସହକାରୀ ଯନ୍ତ୍ରୀ ଅନିରୁଦ୍ଧ ସାଥୁଆ  ଓ ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ କ୍ଷିତୀଶ ପ୍ରସାଦ ତ୍ରିପାଠୀ ଙ୍କ ତତ୍ୱାବଧାରେ ଗୁମ୍ଫା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ପାଣି ପଞ୍ଚାୟତ ଗଠନର ବୈଠକ ଅନୁଷ୍ଠିତ ହୋଇଥିଲା !ଏହି ପାଣିପଞ୍ଚାୟତରେ ୩ଟି ଚକ ମଧ୍ୟରୁ ଗୋଟିଏ କୋଟଗଡ଼ ମୌଜା, ଅଙ୍କୁଲ୍ଲାପଲ୍ଲୀ ମୌଜା, ରାଜସୁନାଖଳା ମୌଜାର ଜଳକର ଦେଉଥିବା ଚାଷୀ ଭୋଟର ଙ୍କୁ ନେଇ ଏହି ମୌଜା ଗୁଡିକର କୃଷି କ୍ଷେତ୍ରରେ ଉର୍ନ୍ନତି ଆଣିବାପାଇଁ ଗୁମ୍ଫା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ପାଣି ପଞ୍ଚାୟତ ଗଠନ କରାଯାଇଥିଲା।୩ଟି ମୌଜାର ୨୦ରୁ ଉର୍ଦ୍ଧ ଚାଷୀ ଯୋଗଦେଇଥିଲେ ଏହି ଚାଷୀମାନଙ୍କୁନେଇ ୧୫ଜଣିଆ କମିଟିର୭ଜଣ କର୍ମକର୍ତ୍ତାଙ୍କୁ ମୁଖ୍ୟ ଦାୟିତ୍ୱରେ ନିଯୁକ୍ତି କରାଯାଇଥିଲା ୭ଜଣ କର୍ମକର୍ତ୍ତା ହେଲେ , ସବ୍ୟସାଚୀ ସେନାପତି,ଅକ୍ଷୟ କୁମାର ସୁବୁଦ୍ଧି, ଧନେଶ୍ୱର ସାହୁ, କେଶବ ଚନ୍ଦ୍ର ସାମନ୍ତରାୟ, ସୁକାନ୍ତି ସାହୁ, ଅରକ୍ଷିତ ନାୟକ, ଅରକ୍ଷିତ ଦୋରା ୭ଜଣ କର୍ମକର୍ତଙ୍କ ମଧ୍ୟରୁ କେଶବ ଚନ୍ଦ୍ର ସମନ୍ତରାୟଙ୍କୁ ସଭାପତିଭାବେ ଚୟନ କରାଯାଇଥିଲା ସେହିପରି ସମ୍ପାଦକ ଭାବେ ସବ୍ୟସାଚୀ ସେନାପତି, କୋଷଧକ୍ଷ -ଅରକ୍ଷିତ ଦୋରାଙ୍କୁ ଚୟନ କରାଯାଇ ଆଗାମୀ ଦିନରେ ଜଳକର ଚାଷୀମାନଙ୍କୁ ଜଳସେଚନ ବ୍ୟବସ୍ଥାର ପରିଚାଳନା ପାଇଁ ଦାୟିତ୍ୱ ନ୍ୟାସ୍ତ କରାଯାଇଥିଲା ! ଏହି ଗୁମ୍ଫା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ପାଣିପାଞ୍ଚାୟତ କର୍ମକର୍ତ୍ତା ଚୟନ ବୈଠକକୁ ସ୍ଥାନୀୟ ସରପଞ୍ଚ ଚିତ ରଞ୍ଜନ ପ୍ରଧାନ ସମିତି ସଭ୍ୟ ତପନ କୁମାର ପ୍ରଧାନ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା କରିଥିଲେ।

ରଣପୁର ରୁ ଅସିତ ରଞ୍ଜନ ପରିଡ଼ାଙ୍କ ସହ ରାଜସୁନାଖଳାରୁ ଯଦୁନାଥ ସମନ୍ତରାୟଙ୍କ ରିପୋର୍ଟ।

Previous Post Next Post