ଡକାୟତି ଯୋଜନାକୁ ପଣ୍ଡ ଟାଙ୍ଗୀ ପୋଲିସ ଦ୍ୱାରା, ୪ଡକାୟତ ଗିରଫ।

utkalnews7
By
0


ଟାଙ୍ଗୀ,୨୬।୮,(ଉତ୍କଳ ନ୍ୟୁଜ୍୭): ଟାଙ୍ଗୀ ଥାନା ପୋଲିସକୁ ମିଳିଛି ସଫଳତା । ଏକ ବଡ଼ ଧରଣର ଡକାୟତି ଯୋଜନାକୁ ପଣ୍ଡ କରି ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଟାଙ୍ଗୀ ଥାନା ପୋଲିସ। ସୂଚନା ମୁତାବକ ଗତକାଲି ରାତ୍ରିରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ହରିପୁର ଜଙ୍ଗଲ ମଧ୍ୟରେ ଥିବା ମନ୍ଦିର ନିକଟରେ ଏକ ବଡ଼ ଧରଣର ଡକାୟତି ଯୋଜନା ଚାଲିଥିବାର ଖବର ପାଇଥିଲେ ଟାଙ୍ଗୀ ଥାନା ନିରୀକ୍ଷକ ଦିଗବିଜୟ ବିଶ୍ୱାଳ। ସଙ୍ଗେସଙ୍ଗେ ଏ ନେଇ ଉପରିସ୍ଥ ଅଧିକାରିଙ୍କୁ ଜଣାଇବା ପରେ ଏସପି ଙ୍କ ନିର୍ଦ୍ଦେଶକ୍ରମେ ଏବଂ ବାଲୁଗାଁ ଏସଡିପି ମାନସ ରଞ୍ଜନ ବାରିକଙ୍କ ତତ୍ୱାବଧାନରେ ଟାଙ୍ଗୀ ଥାନା ନିରୀକ୍ଷକ ଓ କୁହୁଡି ଫାଣ୍ଡି ଅଧିକାରୀ ପ୍ରସନ୍ନ ଜେନା ମିଳିତ ଭାବେ ସଦଳବଳେ ସମ୍ପୃକ୍ତ ଅଞ୍ଚଳରେ ଚଢ଼ାଉ କରି ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ।ଅଭିଯୁକ୍ତ ମାନେ ହେଲେ ଶେଖ ଅନସର (୩୨), ଶେଖ ତହୁର ଅଲ୍ଲୀ (୨୪), ଅକିବ ଖାନ (୧୯) ଏବଂ ଶେଖ ଶିରାଜ ଅଲ୍ଲୀ (୨୪)। ସମସ୍ତେ ଟାଙ୍ଗୀ ଥାନା ଦୀକ୍ଷିତପଡ଼ା ଗ୍ରାମର ବୋଲି ଜଣାପଡିଛି।ସେମାନଙ୍କ ନିକଟରୁ ପୋଲିସ ୩ ଗୋଟି ଛୁରୀ, ଗୋଟିଏ ଚାପଡ଼, ଗୋଟାଏ ବାଇକ ଏବଂ ୧୧ ହଜାର ୫୭୦ ଟଙ୍କା ଜବତ କରିଛି। ତେବେ ଉକ୍ତ ଅଭିଯୁକ୍ତ ମାନେ ଚଳିତ ମାସ ୨୩ ତାରିଖ ଦିନ ଟାଙ୍ଗୀ ଜାତୀୟ ରାଜପଥରେ ଏକ ପେଟ୍ରୋଲ ଟ୍ୟାଙ୍କରରୁ ହୋଇଥିବା ଲୁଟ ଘଟଣାରେ ମଧ୍ୟ ସାମିଲ ଥିବାର ପୋଲିସ ଜାଣିବାକୁ ପାଇଛି।ଏହି ପରିପ୍ରେକ୍ଷୀରେ ଅଭିଯୁକ୍ତଙ୍କ ବିରୋଧରେ ୪୬୧/୨୨ ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ଟାଙ୍ଗୀ ଥାନା ନିରୀକ୍ଷକ ଶ୍ରୀ ବିଶ୍ୱାଳ ସୂଚନା ଦେଇଛନ୍ତି।

Post a Comment

0 Comments

Please Select Embedded Mode To show the Comment System.*