ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ରାଜସୁନାଖଳା ଶାଖା ଉଦଘାଟିତ।

utkalnews7
By
0


ରାଜସୁନାଖଳା,୨୫।୮,(ଉତ୍କଳ ନ୍ୟୁଜ୍୭): ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ରାଜସୁନାଖଳାରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ନୂତନ ଶାଖା ଆଜି ଉଦଘାଟିତ ହୋଇଛି।ଏହି ଶାଖାକୁ ନୟାଗଡ଼ ଉପଜିଲ୍ଲାପାଳ ଲଗ୍ନଜିତ୍ ରାଉତ ଏବଂ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର କ୍ଷେତ୍ରୀୟ ପ୍ରବନ୍ଧକ ଏ.ଉଦୟ ଭାସ୍କର ରେଡ୍ଡୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ଆୟୋଜିତ ଉତ୍ସବରେ ବ୍ୟାଙ୍କର ବ୍ରହ୍ମପୁର ମଣ୍ଡଳ ମଣ୍ଡଳାଧିଶ ବାଲୁଙ୍କେଶ୍ୱର ମିଶ୍ର ଓ ଅଞ୍ଚଳ କାର୍ଯ୍ୟାଳୟ ଭୁବନେଶ୍ୱର ର ମୁଖ୍ୟ ପ୍ରବନ୍ଧକ ଆଲୋକ ସେନାପତି ଯୋଗ ଦେଇଥିଲେ।ଉପସ୍ଥିତ ଗ୍ରାହକ ମାନଙ୍କୁ ଉଦବୋଧନ ଦେଇ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ରାଉତ ଦେଶ ତଥା ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିରେ ପି.ଏନ୍.ବିର ଭୂମିକାକୁ ପ୍ରଶଂସା କରିବା ସହ ରାଜସୁନାଖଳା ଶାଖାର ବିକାଶ ପାଇଁ ଶୁଭେଚ୍ଛା ଜଣାଇଥିଲେ।କ୍ଷେତ୍ରର ପ୍ରବନ୍ଧକ ଶ୍ରୀଯୁକ୍ତ ରେଡ୍ଡୀ ବ୍ୟାଙ୍କ ଗ୍ରାହକ ସେବା କ୍ଷେତ୍ରରେ ବଦ୍ଧପରିକରତା ବିଷୟରେ ସମସ୍ତଙ୍କୁ ଅବଗତ କରିବା ସଂଗେ ସଂଗେ ସମସ୍ତ ଗ୍ରାହକ ମାନଙ୍କର ସହଯୋଗ କାମନା କରିଥିଲେ।ସଭା ଶେଷରେ ଶାଖା ପରିଚାଳକ ଚନ୍ଦନ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ରାଜସୁନାଖଳା ରୁ ଯଦୁନାଥ ସାମନ୍ତରାୟଙ୍କ ରିପୋର୍ଟ।

Post a Comment

0 Comments

Please Select Embedded Mode To show the Comment System.*