ଏଏସଆଇଙ୍କ ସହ ୪ କନେଷ୍ଟବଳ ନିଲମ୍ବିତ କଲେ :ମାଲକାନଗିରି ଏସପି।

utkalnews7
By
0


ମାଲକାନଗିରି,୧୮।୮,(ଉତ୍କଳ ନ୍ୟୁଜ୍୭):ମାଲକାନଗିରି ଜିଲ୍ଲା କୁଡୁମୁଳୁଗୁମ୍ମା ପୁଲିସ ଫାଣ୍ଡିର ଜଣେ ଏଏସଆଇଙ୍କ ସହିତ ୪ ଜଣ କନେଷ୍ଟବଳଙ୍କୁ କାର୍ଯ୍ୟରେ ଅବହେଳା ପାଇଁ ନିଳମ୍ବନ କଲେ ମାଲକାନଗିରି ଏସପି ନିତେଶ ୱାଧନୀ ।କୁଡୁମୁଳୁଗୁମ୍ମା ପୁଲିସ ଫାଣ୍ଡିର ଏଏସଆଇ କମଳ ଲୋଚନ ନାୟକ ଓ ଅନ୍ୟ ୪ ଜଣ କନେଷ୍ଟବଳ ମନମୁଖୀ ଭାବେ ରାସ୍ତାରେ ଗାଡ଼ି ଅଟକାଇବା ଓ ସନ୍ଦେହଜନକ ଗାଡିକୁ ଛାଡ଼ିଦେବା ସହ ନିଜ କାର୍ଯ୍ୟରେ ଅବହେଳା କରୁଥିବାର ଏସପିଙ୍କ ନିକଟରେ  ଅଭିଯୋଗ ହୋଇଥିଲା। ଅଚାନକ ଭାବେ ମାଲକାନଗିରି ଏସପି ପୁଲିସ ଫାଣ୍ଡିକୁ ପରିଦର୍ଶନ କରି ଏହାର ତଦନ୍ତ କରିଥିଲେ। ଅଭିଯୋଗର ସତ୍ୟାସତ୍ୟ ଜାଣିବା ପରେ ଏହି ୫ଜଣଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିବା ଜଣାପଡିଛି।ଏସପିଙ୍କ ଏପରି ପଦକ୍ଷେପକୁ ବୃଦ୍ଧଜୀବି ମହଲରେ ସ୍ୱାଂଗତ କରାଯାଇଛି।

Post a Comment

0 Comments

Please Select Embedded Mode To show the Comment System.*