ଡ଼୍ୟାମ ଭାଙ୍ଗି ମନ୍ଦିରରେ ପଶିଲା ପାଣି:ସ୍ଥାନାନ୍ତର ହେଲେ ବିଗ୍ରହ।

utkalnews7
By
0


ନୂଆପଡା, ୧୮।୮,(ଉତ୍କଳ ନ୍ୟୁଜ୍୭):ବର୍ଷା  ଜଳ ପ୍ରବାହରେ ଡ୍ୟାମ ଭାଙ୍ଗି ମନ୍ଦିରରେ ପଶିଲା ପାଣି । ଅନ୍ୟତ୍ର ସ୍ଥାନାନ୍ତର ହେଲେ ବିଗ୍ରହ ।ଏଭଳି ଅଘଟଣ ଘଟିଛି ନୂଆପଡା ଜିଲ୍ଲା କୋମନା ବ୍ଲକ୍ କୋନାବିରା ଗାଁରେ ଦେଖିବାକୁ ମିଳିଛି । ତିଖାଲି ଡ୍ୟାମରେ ପାଣି ଭର୍ତ୍ତି ହେଉଥିବା ବେଳେ ଏପଟେ ଉପର ମୁଣ୍ଡ ବିସ୍ଥାପିତ କୋନାବିରା ଗାଁର ଜଗନ୍ନାଥ ମନ୍ଦିର ରେ ପାଣି ପଶିବା ପରେ ତିନି ଠାକୁରଙ୍କୁ ଅନ୍ୟ ଏକ ସ୍ଥାନରେ ସ୍ଥାପନା କରି ପୂଜାର୍ଚ୍ଚନା କରାଯାଉଛି ।ତିଖାଲି ଡ୍ୟାମରେ କୋନାବିରା ଗାଁ ସମ୍ପୁର୍ଣ୍ଣ ବୁଡି ଅଞ୍ଚଳ ଘୋଷଣା ହେବାସହ ସମସ୍ତଙ୍କୁ  ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି। ଏବେ ଲଗାଣ ବର୍ଷା ରେ ଡ୍ୟାମ ଭର୍ତ୍ତି ହେଉଥିବା ବେଳେ ବୁଡି ଅଞ୍ଚଳ ରେ ପାଣି ପଶୁଛି । ଯାହାପାଇଁ ଗାଁ ରେ ଥିବା ଜଗନ୍ନାଥ ମନ୍ଦିରରେ ମଧ୍ୟ ପାଣି  ପଶି ଯାଇଥିଲା । ଶେଷରେ ବାଧ୍ୟ ହୋଇ ଗ୍ରାମବାସୀ ମାନେ ହରିବୋଲ ହୁଳହୁଳି ସାଙ୍ଗକୁ ଶଙ୍ଖ,ଘଣ୍ଟ ଓ ମୃଦଙ୍ଗର ନାଦରେ ଗ୍ରାମବାସୀ ଜଗନ୍ନାଥ,ବଳଭଦ୍ର ଏବଂ ସୁଭଦ୍ରା ଦେବୀଙ୍କୁ ପୂଜାର୍ଚ୍ଚନା କରି ୨ କିଲୋମିଟର ଦୂରରେ ଅନ୍ୟ ଏକ ସ୍ଥାନରେ ସ୍ଥାପନା କରିଛନ୍ତି।

Post a Comment

0 Comments

Please Select Embedded Mode To show the Comment System.*