ମନ୍ଦିରରୁ ଚୋରୀ ଘଟଣା, ଚୋର ସହ ୨ବେପାରୀ ଗିରଫ।

utkalnews7
By
0



ଟାଙ୍ଗୀ,୧୮।୯,(ଉତ୍କଳ ନ୍ୟୁଜ୍୭):ମନ୍ଦିର ରୁ ଚୋରି ଅଭିଯୋଗରେ ଜଣେ ଯୁବକକୁ ଗ୍ରାମବାସୀମାନେ କାବୁକରି ପୋଲିସରେ ଜିମା ଦେଇଥିଲେ।ପୋଲିସ ତଦନ୍ତ କରି ଠାକୁରଙ୍କ ଚୋରି ସାମଗ୍ରୀ ଉଦ୍ଧାର କରିବା ସହିତ ଚୋରି ଜନିଷ କିଣିଥିବା ଅଭିଯୋଗରେ ଦୁଇ ବ୍ୟବସାୟୀଙ୍କୁ ଗିରଫ କରିଥିବା ଜଣାପଡ଼ିଛି।ସୂଚନାଯୋଗ୍ୟ ଯେ, ଜଂକିଆ ଥାନା ଅନ୍ତର୍ଗତ ନିଧିପୁର ଗ୍ରାମରେ ଥିବା ଜାଗେଶ୍ୱରୀ ମନ୍ଦିର ଓ ମୁକ୍ତେଶ୍ଵର ମନ୍ଦିରରୁ ଠାକୁରଙ୍କ ମୂର୍ତ୍ତି, ଖଟୁଲି, କଂସାବାସନ ସୁନା ଓ ରୁପା କିରଟି ଚୋରି କରିଥିଲା ମୁକ୍ତାପୁର ଗ୍ରାମର ସଂଜୟ କୁମାର ସାହୁ।ସଂଜୟ ଉପରେ ଗ୍ରାମବାସୀ ମାନଙ୍କ ସନ୍ଦେହ ହେବାରୁ ଗ୍ରାମବାସୀ ମାନେ ସଂଜୟକୁ ଏକ ଗଛରେ ବାନ୍ଧି ଉତ୍ତମ ମଧ୍ୟମ ଦେଇ ପୋଲିସ କୁ ଜିମା ଦେଇଥିଲେ।ପୋଲିସ ହେପାଜତକୁ ସଂଜୟ ଗଲାପରେ ଚୋରି କରିଥିବା।ମାନାଥିଲା ଏବଂ ଚୋରି ସାମଗ୍ରୀ କୁ ଅଚ୍ୟୁତପୁର ଗ୍ରାମର ଦୁଇ ବ୍ୟବସାୟୀ ସଂଜୟ ନାୟକ ଓ ବିଜୟ ନାୟକଙ୍କୁ ବିକ୍ରୀ କରିଥିଲା।ପୋଲିସ ଅଚ୍ୟୁତପୁର ରେ ଚଢ଼ାଉ କରି ଚୋରି ସାମଗ୍ରୀ ଜବତ କରି ଦୁଇଜଣଙ୍କୁ ଗିରଫ କରିଥିଲା।ମନ୍ଦିରରୁ ଚୋରି ଘଟଣା ରେ ଜଙ୍କିଆ ପୋଲିସ ଏକ ମାମଲା ରୁଜୁ କରି ତିନିଜଣଙ୍କୁ କୋର୍ଟ ଚାଲାଣ କରିଛି।

Post a Comment

0 Comments

Please Select Embedded Mode To show the Comment System.*