ଟ୍ରଲି ଧରିଲେ ସରପଞ୍ଚ,ସ୍ୱଚ୍ଛତା ପାଇଁ ପଞ୍ଚାୟତବାସୀଙ୍କୁ କଲେ ସଚେତନ ।

utkalnews7
By
0

ଟ୍ରଲି ଧରିଲେ ସରପଞ୍ଚ,ସ୍ୱଚ୍ଛତା ପାଇଁ ପଞ୍ଚାୟତବାସୀଙ୍କୁ କଲେ ସଚେତନ ।


ରଣପୁର,୧୮।୯,(ଉତ୍କଳ ନ୍ୟୁଜ୍୭):ଟ୍ରଲି ଧରିଲେ ସରପଞ୍ଚ।ତମାମ ପଞ୍ଚାୟତ ବୁଲି ଅଳିଆ ଆବର୍ଜନା ସଫା କରିବା ସହ ସ୍ୱଚ୍ଛତା ପାଇଁ ଲୋକଙ୍କୁ କଲେ ସଚେତନ।ଆଜି ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ରେ।ସୂଚନା ଅନୁଯାୟୀ ରାଜସୁନାଖଳାର ଯୁବ ସରପଞ୍ଚ ଚିତ୍ତରଞ୍ଜନ ପ୍ରଧାନ ନିଜ ପଞ୍ଚାୟତ କୁ ସ୍ୱଚ୍ଛ ସୁନ୍ଦର କରିବା ପାଇଁ ଆଜି ଆରମ୍ଭ କରିଛନ୍ତି ସ୍ୱଚ୍ଛ ଭାରତ ଅଭିଯାନ।ଏହା ଆଗାମୀ ଅକ୍ଟୋବର ୨ତାରିଖ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ପ୍ରଦାନ କରିଛନ୍ତି।ତେବେ ଆଜି ଏହି କ୍ରମରେ ରାଜସୁନାଖଳା ନୃସିଂହପୁର ଟାଙ୍ଗୀ ସାହିର ବିନାୟକ ପୂଜା କମିଟି , ରାଜସୁନାଖଳା ଗ୍ରାମପଞ୍ଚାୟତ ଏବଂ ମହୋତ୍ସବ କମିଟି ରାଜସୁନାଖଳାର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମରେ ଉତ୍କଳ ଶିବଶକ୍ତି ମନ୍ଦିର ପୂଜକ ସଂଘ ନୟାଗଡ଼ ଶାଖାର ଶୈବବିପ୍ର ମାନେ ସହଯୋଗ ପ୍ରଦାନ କରିଥିଲେ।ତେବେ ରାଜସୁନାଖଳା ଗଣେଶ ବଜାର ଠାରୁ ଆରମ୍ଭ କରି ଦୁର୍ଗା ବଜାର ପରିବା ମାର୍କେଟ,ରାଜସୁନାଖଳା ଫାଣ୍ଡି ପରିସର, ମେଡିକାଲ ପରିସର ଏବଂ ଦକ୍ଷିଣକାଳୀ ମନ୍ଦିର ପରିସର କୁ ସଫେଇ କରାଯାଇଥିଲା।ଆଗାମୀ ଦିନରେ ପଞ୍ଚାୟତର ସବୁ ସାହିର,ଗଳିକନ୍ଦି,ଡ୍ରେନ ଏବଂ ମନ୍ଦିର ପରିସର,ଇତ୍ୟାଦିରେ ସ୍ୱଚ୍ଛତା କାର୍ଯ୍ୟକ୍ରମ କରାଯିବ ବୋଲି ପ୍ରତ୍ୟେକ ସଂଗଠନ ପକ୍ଷରୁ କୁହା ଯାଇଛି।ତେବେ ଆଜି ଏହି କାର୍ଯ୍ୟକ୍ରମ କୁ ବିନାୟକ ପୂଜା କମିଟିର ସଭାପତି ପରିଚାଳନା କରିଥିବା ବେଳେ କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।ପ୍ରକାଶ ଥାଉକି,ନିଜ ପଞ୍ଚାୟତରୁ  ଅଳିଆ ଆବର୍ଜନା ସଫା କରିବାପାଇଁ ବିଗତ ଦିନରେ ନିଜସ୍ୱ ଖର୍ଚ୍ଚରେ ଏକ ଟ୍ରାକ୍ଟର ଯୋଗାଇ ଦେବା ସହ ବଜାରରେ ଆବର୍ଜନା କୁଣ୍ଡ ସ୍ଥାପନା କରି ସାମାଜିକ ଗଣ ମାଧ୍ୟମରେ ବେଶ ଚର୍ଚ୍ଚିତ ହୋଇଥିବାବେଳେ ଆଜି ନିଜେ ଟ୍ରଲି ଧରି ବଜାର ସଫା କରିବା ନେଇ ଯୁବ ସମାଜ ଏବଂ ରାଜ୍ୟର ଅନ୍ୟ ସରପଞ୍ଚ ମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି।

Post a Comment

0 Comments

Please Select Embedded Mode To show the Comment System.*